ଧବଳେଶ୍ବର ଝୁଲାପୋଲର କ୍ଷମତା କମିଛି: ଜିଲ୍ଲାପାଳ

Spread the love

(କଟକ): ଗୁଜୁରାଟର ମୋର୍ବିରେ ଝୁଲାପୋଲ ଛିଡିବା ପରେ କଟକ ଜିଲ୍ଲାପାଳଙ୍କ ପକ୍ଷରୁ  ଧବଳେଶ୍ବର ଝୁଲାପୋଲର ଯାଞ୍ଚ ପାଇଁ ନିର୍ଦ୍ଦେଶ। କଟକ ଜିଲ୍ଲା ଆଠଗଡ଼ସ୍ଥିତ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ। ଆଗକୁ ବଡ ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନାରୁ ପ୍ରଶାସନ ପକ୍ଷରୁ ନିଆଯାଇଛି ପ୍ରତିଷେଧମୂଳକ ପଦକ୍ଷେପ। ଧବଳେଶ୍ୱର ଝୁଲା ପୋଲ ଦେଇ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବା ଯାଞ୍ଚ ପରେ ଜଣାପଡ଼ିଥିଲା। ଗତକାଲି କୋଲକାତାରୁ ଏକ ବିଶେଷଜ୍ଞ ଟିମ ପୋଲର ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଝୁଲାପୋଲ ଦେଇ  ୬୦୦ ଲୋକ ଯିବାଆସିବା କରୁଥିଲେ। ଏବେ କ୍ଷମତା କମିଛି। ତେଣୁ  ଥରକେ ୨୦୦ ଲୋକଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଛି। ତେବେ ଆଜି ଏଡିଏମଙ୍କ ନେତୃତ୍ବରେ ଏକ ଟିମ ସେଠାକୁ ଯାଇ ପୋଲର ଯାଞ୍ଚ କରିବ । ଆସନ୍ତା କାଲିଠାରୁ ଏକ ଟିମ ଧବଳେଶ୍ବର ପୋଲକୁ ବନ୍ଦ କରାଯାଇ ମରାମତି କରାଯିବ। ଯଦି ଆବଶ୍ୟକ ହୁଏ ତେବେ ପୋଲ ଦେଇ ସୀମିତ ଲୋକଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ।

ବଡ଼ଓଷା ସମୟରେ ଧବଳେଶ୍ୱରରେ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ସମୟରେ ଭକ୍ତମାନଙ୍କୁ ଝୁଲା ପୋଲ ସହ ଡଙ୍ଗାରେ ମଧ୍ୟ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳଙ୍କ  ସୂଚନା।

Leave a Reply

Your email address will not be published. Required fields are marked *