ଓଡ଼ିଶାରାଜନୀତି

ପାୱାରଫୁର ଓଡିଆ ମନ୍ତ୍ରୀ

() ଓଡ଼ିଶାର ଦୁଇ ମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ। ଜଣେ ତୃଣମୂଳସ୍ତରରୁ ଉଠିଛନ୍ତି ଆଉ ଜଣେ ବ୍ୟୁରୋକ୍ରାଟରୁ ମନ୍ତ୍ରୀ। ହେଲେ ଦୁଇ ଜଣଙ୍କ କାମ କରିବାର ଅନ୍ଦାଜ କେମିତି, ତାକୁ ଓଡ଼ିଶା ମାଟିରେ ସର୍ବସମ୍ମୁଖରେ ଦର୍ଶାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ। ଧର୍ମେନ୍ଦ୍ର ହିଁ ତାଙ୍କର ନେତା କହିବା ସହ ଅଶ୍ୱିନୀଙ୍କ ଭଳି ଅଧିକ ବେଗରେ କାମ କରୁଥିବା ମନ୍ତ୍ରୀ ଦେଖିନଥିଲେ ବୋଲି କହିଛନ୍ତି ପ୍ରହଲ୍ଲାଦ।

ମୋଦି କ୍ୟାବିନେଟର ଦୁଇ ଓଡ଼ିଆ ମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ। ତେବେ ଉଭୟଙ୍କ କାମ କରିବାର ଷ୍ଟାଇଲ କେମିତି । ଦିଲ୍ଲୀର ପାଓ୍ୱାର କରିଡ଼ରରେ କେମିତି ଅଛି ପତିଆରା, ସେ କଥାର ଅବତାରଣା ସର୍ବସମ୍ମୁଖରେ  ଓଗାଳିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ। ବଡ଼ କଥା ହେଲା କି, ଧର୍ମେନ୍ଦ୍ର ହିଁ ତାଙ୍କୁ ନେତା କରିଛନ୍ତି ବୋଲି ମାନିଛନ୍ତି ପ୍ରହଲ୍ଲାଦ। ଧର୍ମେନ୍ଦ୍ର କର୍ଣ୍ଣାଟକର ପ୍ରଭାରୀ ଥିଲା ବେଳେ ପ୍ରହଲ୍ଲାଦଙ୍କୁ ଦଳର ସାଧାରଣ ସମ୍ପାଦକ କରିଥିଲେ। ଆଉ ପ୍ରହଲ୍ଲାଦ ମୋଦିଙ୍କ ଶୁଭଦୃଷ୍ଟିରେ ପଡ଼ି ଶେଷରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ଓଡ଼ିଶା ସ୍ୱାର୍ଥରେ କାମ ପଡ଼ିଲେ, କୁଆଡ଼େ ଧର୍ମେନ୍ଦ୍ର ପାର୍ଟ ଟାଇମ ଏମ୍‌ପି ଭଳି ସବୁ ବାଡ଼ବତା ଭୁଲିଯାଆନ୍ତି। ସହକର୍ମୀଙ୍କ ସହ ଝଗଡ଼ା କରନ୍ତି। କନିଷ୍ଠ ମନ୍ତ୍ରୀଙ୍କ ଚାମ୍ୱରକୁ ନିଜେ ଯାଇ ହକ୍ ଆଣିବାକୁ ଜିଦ୍ ଧରି ବସନ୍ତି। ସେଥିଲାଗି ଧର୍ମେନ୍ଦ୍ରଙ୍କ ଭଳି ବଡ଼ ନେତାଙ୍କଠୁ ପ୍ରଥମ ଥର ସାଂସଦ ଶିଖିବା ଦରକାର ବୋଲି ପ୍ରହଲ୍ଲାଦ କହିଛନ୍ତି।

ଆଉ ବାବୁ ଯେତେବେଳେ ମନ୍ତ୍ରୀ ହୁଅନ୍ତି, କାମ କେମିତି ସ୍ପିଡ୍ ହୁଏ, ଅଶ୍ୱିନୀ ବୈଷ୍ଣବଙ୍କଠୁ ବଡ଼ ଉଦାହରଣ ଆଜିଯାଏ ଦେଖିନି ବୋଲି କହିଥିଲେ ପ୍ରହଲ୍ଲାଦ। ଟେକ୍ନୋଲୋଜି ଜରିଆରେ ତ୍ୱରିତ ବେଗରେ କିଭଳି କାମ ହୁଏ, ତାହାର ନଜିର ଦେଇ କେମିତି ଗୋଟିଏ ଟ୍ୱିଟ୍ କରିବାରେ ଅଧଘଣ୍ଟା ଭିତରେ ଷ୍ଟେସନ ପୁରା କ୍ଲିନ୍ ହୋଇଥିଲା, ସେ କଥାର ଅବତାରଣା କରିଥିଲେ ପ୍ରହଲ୍ଲାଦ। ବାବୁରୁ ପଲିଟିସିଆନ ହୋଇ ପପୁଲାର ହେଲେ କଅଣ ଫାଏଦା  ହୁଏ, ସେ କଥାର ଅଶ୍ୱିନୀ ହିଁ ବଡ଼ ଉଦାହରଣ।

ଅବଶ୍ୟ ସବୁ ମନ୍ତ୍ରୀଙ୍କ ବାବଦରେ ଏଭଳି ପ୍ରଶଂସା କରନ୍ତିନି ବୋଲି ସ୍ପଷ୍ଟ କରିଦେଇଥିଲେ ପ୍ରହଲ୍ଲାଦ। ଯିଏ ଯୋଗ୍ୟ ଓ ପାରିବାର, ସେମାନଙ୍କ କାମ କରିବାର ଷ୍ଟାଇଲ୍ ଲୋକେ ବି ଜାଣିବା ଦରକାର।

ପ୍ରଦୀପ ନାୟକ

Leave a Reply

Your email address will not be published.

Back to top button