ଓଡ଼ିଶା

ଧନୁଯାତ୍ରା ପାଇଁ ଦ୍ବିତୀୟ ପର୍ଯ୍ୟାୟ କଳାକାର ଚୟନ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଜାରି ରହିଛି ଦ୍ଵିତୀୟ ପର୍ଯ୍ୟାୟ କଳାକାର ଚୟନ । ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ମହାମନ୍ତ୍ରୀ, ଅକ୍ରୁର, ସାତ୍ବକି ଓ ଚାଣୁର,  ମୁଷ୍ଟିକ୍ ଚରିତ୍ରରେ ଅଭିନୟ ପାଇଁ 78 ଜଣ କଳାକାର ଅଡିସନ୍ ଦେଇଛନ୍ତି । ଏଥିରୁ ଯେଉଁ କଳାକାର ଉତ୍ତିର୍ଣ୍ଣ ହେବେ ସେମାନେ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରିବାର ସୁଯୋଗ ପାଇବେ ।

ଚଳିତ ବର୍ଷ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା କମିଟି ହିରକ ଜୟନ୍ତୀ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ନୂତନ କଳାକାର ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଗତ 7 ତାରିଖରୁ ସ୍ଥାନୀୟ ଟାଉନ ହଲ ଠାରେ କଳାକାର ଚୟନ କରାଯାଉଛି । 10 ତାରିଖ ପର୍ଯ୍ୟନ୍ତ ଯାତ୍ରାର ବିଭିନ୍ନ ଚରିତ୍ର କଂସ, ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ସାତ୍ବକି, ଅକୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାରଙ୍କ ଦକ୍ଷତା ପରଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ 7 ତାରିଖରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଏବଂ ସେନାପତି ଚରିତ୍ରରେ ଅଭିନୟ ପାଇଁ କଳାକାର ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ଅକ୍ରୁର, ମହାମନ୍ତ୍ରୀ, ସାତ୍ବକି  ଏବଂ ଚାଣୁର ମୁଷ୍ଟିକ ପାଇଁ ସମୁଦାୟ  78 ଜଣ କଳାକାର ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

କଳାକାର ଚୟନ ପାଇଁ ବରଗଡ ଜିଲ୍ଲାର ତିନି ଜଣଙ୍କ ସହ ବାହାର ଜିଲ୍ଲାର ଚାରି ଜଣ ଚୟନ କର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ଧନୁଯାତ୍ରାର ମୁଖ୍ୟ ଚରିତ୍ର ମହାରାଜ କଂସ ପାଇଁ କଳାକାର ଚୟନ ହେବାକୁ ଥିବାବେଳେ ଉଚ୍ଚକୋଟୀର କଳାକାରଙ୍କୁ ଧନୁଯାତ୍ରାରେ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

କଳାକାର ଚୟନର ଅନ୍ତିମ ଦିବସରେ ଫଳାଫଳ ଘୋଷଣା ହେବ ଏବଂ ବରଗଡ ଧନୁଯାତ୍ରାରେ ଅଭିନୟ କରିବା ପାଇ କେଉ କଳାକାର ସୁଯୋଗ ପାଇବେ ତାହା ଜଣାପଡ଼ିବ ।

ଧ୍ରୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button