ବିହାର ବିଜୟର ସୂତ୍ରଧର ଧର୍ମେନ୍ଦ୍ର- ଓଡ଼ିଶା ମାଟିରେ ସ୍ୱାଗତ ଲାଗି ଜନସମୁଦ୍ର

ବିହାର ବିଜୟର ସୂତ୍ରଧର। ବିଜେପିର ଅନ୍ୟତମ ଚାଣକ୍ୟ। ବିହାରରେ ଏନଡିଏର ଐତିହାସିକ ବିଜୟ ପଛର ମୁଖ୍ୟ ରଣନୀତିକାର ଯାହାକୁ କୁହାଯାଏ। ଜେଡିୟୁ, ହାମ୍, ଆରଏଲଏମ, ଏଲଜେପି(ଆର) ଭଳି ମେଣ୍ଟ ସହଯୋଗୀଙ୍କ ସହ ଯିଏ ତାଳମେଳ ରଖିବାରେ ମାହିର୍। ନୀତିଶଙ୍କ ସହ ଯାହାଙ୍କର ପାରିବାରିକ ଓ ସାମାଜିକ ସମ୍ପର୍କ ହେତୁ ସୁରୁଖୁରୁରେ ବିହାରରେ ଏନଡିଏ ସରକାର ଚାଲିଛି। ଏ ସବୁର ଶ୍ରେୟ ତାଙ୍କୁ ଯାଏ। ବିହାର ବିଜେପିର ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଯେଭଳି ଓଡ଼ିଶାରେ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି, ତାହା ଦେଖି ସମସ୍ତେ ଜଳକା। ସତେ ଯେମିତି ବିମାନବନ୍ଦର ପାଲଟିଥିଲା ଜନସମୁଦ୍ର। କିଏ କହୁଥିଲା, ସେ ଆସ୍ଥାର ଆଧାର। ତ କିଏ କହୁଛି, ସଫଳତାର ବିନ୍ଧାଣୀ। ଧର୍ମେନ୍ଦ୍ରଙ୍କ କେବଳ କାଟତି ବିହାର କି ଓଡ଼ିଶାରେ ସୀମିତ ନୁହେଁ। ମିଷ୍ଟଭାଷୀ। ସଂଗଠନ ସଂରଚନାରେ ଧୁରନ୍ଧର। ବିଜେପିର ତ ଲକି ମାସ୍କଟ ବୋଲି କୁହାଯାଏ। କାରଣ ଯେଉଁଠି କ୍ରାଇସିସ୍ ଥାଏ, ତାକୁ ମ୍ୟାନେଜ୍ କରିବାକୁ ମୋଦିଙ୍କ ଏହି ଦକ୍ଷ ବ୍ୟକ୍ତିତ୍ୱଙ୍କୁ ସବୁଠି ଖୋଜାପଡ଼େ। ଯେଉଁଠି ବି ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଛନ୍ତି, ସେଠି ସଫଳତା ହିଁ ଆଣିଛନ୍ତି ଧର୍ମେନ୍ଦ୍ର। ବିହାରରେ ସରକାର ବିରୋଧୀ ହାଓ୍ୱାକୁ ପାଣିଚିଆ କରିଦେଲେ। ୨୪ ନିର୍ବାଚନରେ ନବୀନଙ୍କ ଗଡ଼ ଭାଙ୍ଗିଦେଲେ। ୨୪ ବର୍ଷ ପରେ ବିଜେପିକୁ ଓଡ଼ିଶାରେ ଏକାକୀ ଶାସନ କ୍ଷମତାରେ ବସାଇବା ପଛରେ ଧର୍ମେନ୍ଦ୍ରଙ୍କ ବଡ଼ ହାତ ଥିଲା। ନବୀନଙ୍କ ବିକଳ୍ପ କହିଲେ ବିଜେପିର ଧର୍ମେନ୍ଦ୍ରଙ୍କୁ ବୁଝାଯାଉଥିଲା। ଡବଲ ଇଞ୍ଜିନ ସରକାର ନଥିଲା ବେଳେ ବି ଓଡ଼ିଶା-କେନ୍ଦ୍ର ଭିତରେ ତାଳମେଳ ରଖି ଓଡ଼ିଶାକୁ ତାଙ୍କର ଅବଦାନକୁ କେହି ଅସ୍ୱୀକାର କରିପାରିବେନି। ଧର୍ମେନ୍ଦ୍ର କହିଛନ୍ତି, ବିହାର ବିଜୟ ହେଲା ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି। ବିହାରରେ ନୀତିଶଙ୍କ ୨୦ ବର୍ଷ ଶାସନ ପରେ ବି ବିହାରବାସୀଙ୍କ ଅତୁଟ ରହିଲା ଆସ୍ଥା। ମୋଦିଙ୍କ ବିକାଶ, ତାଙ୍କର ଦୃଢ଼ ନେତୃତ୍ୱ ପ୍ରତି ପୁରା ବିହାରବାସୀ ଅକୁଣ୍ଠ ସମର୍ଥନ ଢାଳିଦେଲେ। ଏହା ସହ କଂଗ୍ରେସ ଓ ସମଭାବାପନ୍ନ ଦଳକୁ ବି ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଦେଶ ବିଭାଜନକାରୀ ତତ୍ତ୍ୱକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *