Dhenkanal
ଫାଙ୍କା ଗୁଳି ଚଳାଇଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଫାଙ୍କା ଗୁଳି ଚାଳନା କଲେ ଦୁର୍ବୁତ୍ତ। ଫଳରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଭୟଭୀତ ଅବସ୍ଥାରେ ଜଣେ ଛାତରୁ ଖସି ପଡି ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁରେ ଫାଙ୍କା ଗୁଳିକାଣ୍ଡ କରି ଖସି ପଳାଇଥିଲେ। ପୋଲିସ ଘଟଣାସ୍ଥଳରୁ ୩ଟି ଖୋକା ଜବତ କରିଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।