କୁନିନ୍ଦା ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ : ପ୍ରଫୁଲ୍ଲ ମଲ୍ଲିକ

Spread the love

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ବିଧାୟକ ଅନୁଦାନ ପାଣ୍ଠି, ଜିଲ୍ଲା ଖଣିଜ ପାଣ୍ଠି ଏବଂ ପଞ୍ଚାୟତ ସମିତି ପାଣ୍ଠି ରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠି ରୁ ଏକ କମ୍ୟୁନିଟି ସେଣ୍ଟର,ଜିଲ୍ଲା ଖଣିଜ ପାଣ୍ଠି ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ରେ କୁନିଦା ପଞ୍ଚାୟତ ର ନୂତନ ଗୃହ, ୧୦ ଲକ୍ଷ ଟଙ୍କା ବ୍ୟୟ ରେ ତପୋବନ ହାଇ ସ୍କୁଲ ରେ ନୂତନ ଶ୍ରେଣୀ ଗୃହ ଓ ୫ଲକ୍ଷ ଟଙ୍କା ବ୍ୟୟ ରେ ମିଶନ ଶକ୍ତି ସଭା ଗୃହକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି, ଫିତା କାଟି ଉଦଘାଟନ କରିଥିଲେ । ପଞ୍ଚାୟତ ସମିତି ଏବଂ ଗ୍ରାମ ପଂଚାୟତ ପାଣ୍ଠି ରୁ ୪୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏହି ଅବସର ରେ ଆୟୋଜିତ ଉଦଘାଟନୀ ସଭା ରେ ଯୋଗଦେଇ ମନ୍ତ୍ରୀ ମଲ୍ଲିକ କହିଥିଲେ ଯେ, ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ । ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ବିଡ଼ିଓ କଲ୍ୟାଣ ସୌରଭ ଦାଶ, କୁନିନ୍ଦା ସରପଞ୍ଚ କଲ୍ୟାଣୀ ସାହୁ, ସମିତି ସଭ୍ୟ ତାପସ ଆଏଚ, ବ୍ଲକ ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, କୁନିନ୍ଦାର ପୂର୍ବତନ ସରପଞ୍ଚ ଅର୍ଜୁନ ସାହୁ , ବାରୁଆଁ ସରପଞ୍ଚ ବୀଣାପାଣି ସାହୁ, ଓଡ଼ିଶ ସରପଞ୍ଚ ମୋହନ ମହାନ୍ତ, ଧଳପଡା ସରପଞ୍ଚ ଶ୍ରୀନିବାସ ବେହେରା ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *