ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର

ଆଜି ପ୍ରତିଷ୍ଠା ହେବ ଦୀଘା ଜଗନ୍ନାଥ ମନ୍ଦିର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିଷ୍ଠା କରାଯିବ । ଏହା ପୂର୍ବରୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ଦିରରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟକ୍ରମ ତଦାରଖ କରିଛନ୍ତି । ମମତା ସରକାର ୬ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି । ତେବେ ପ୍ରତ୍ୟେକ ବ୍ଲକରେ ପ୍ରତିଷ୍ଠା କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ କରାଯିବ। ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ାହୋଇଛି ଦିଘା ଜଗନ୍ନାଥ ମନ୍ଦିର । ୨୦ ଏକର ଜମିରେ ଓ ୨୫୦କୋଟି ବ୍ୟୟରେ ନିର୍ମାଣ ହୋଇଛି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *