ଆନ୍ଧ୍ରରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ!

କୋରାପୁଟ: ରାଜ୍ୟ ସରକାରର ଅବହେଳା, ପାଠ୍ୟ ପୁସ୍ତକରେ ଛପାଯାଇଛି ଭୁଲ ତଥ୍ୟ, କିନ୍ତୁ ନଜର ନାହିଁ ସରକାରଙ୍କର। ଏହାକୁ ନେଇ ଦେଖାଦେଇଛି ବିବାଦ। କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଉଠିଛି ବିଭାଦ। କେଉଁଠି ଅଛ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଉତ୍ତର ପାଠ୍ୟ ପୁସ୍ତକରେ ଛପା ଯାଇଛି ଆନ୍ଧ୍ର ପ୍ରଦେଶ।
କୋରାପୁଟର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଆନ୍ଧ୍ରରେ ଥିବା ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ ଛପା ଯାଇଛି । ବହିର ମୁଖ୍ୟ ପୃଷ୍ଠା ଓ ୬୯ ପୃଷ୍ଠାରେ ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ତାଲିକା ରହିଛି । ଏହି ତାଲିକାରେ ରାଜ୍ୟ ଅନୁସାରେ ଜଳ ବିଦ୍ୟୁତ କେନ୍ଦ୍ର ଗୁଡିକର ନାମ ଲେଖାଯାଇଥିବା ବେଳେ କ୍ରମିକ ନମ୍ବର 1ରେ ରହିଥିବା ଆନ୍ଧ୍ରପ୍ରଦେଶରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରହିଥିବା ଉଲ୍ଲେଖ ରହିଛି ।
ଏଭଳି ଏକ ସଂଗୀନ ତ୍ରୁଟି ପ୍ରତି ନାହିଁ ଗଣଶିକ୍ଷା ବିଭାଗର ନିଘା। ଏହା ଜଣାପଡିବା ପରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବହି ଛପାଯିବା ପରେ ଏହାର ପ୍ରୁଫ ରିଡିଂ ହେଉଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ଉଠିଲାଣି।