ଓଡ଼ିଶା

ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ ବିବାଦ

ପୁରୀ: ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ ଉଠିଲା ପ୍ରଶ୍ନ। ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ l ଶ୍ରୀଜଗନ୍ନାଥ ଅଭ୍ୟର୍ଥନାକେନ୍ଦ୍ର ପାଇଁ ଏନଏମଏ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ମେଘନାଦ ପାଚେରୀ ଠାରୁ ୧୦୧.୫୦ମିଟର ଦୂରରେ ଏବଂ ଏହାର ଉଚ୍ଚତା ୭.୫୦ମିଟର G+1 ଭିତରେ ରଖିବାକୁ ଏନଏମଏ ଦେଇଛି ଏନଓସି । ଏଥି ସହିତ ଶ୍ରୀମନ୍ଦିର ପ୍ରଶାସନ କୋଠାକୁ ମଧ୍ୟ ସର୍ତ୍ତମୂଳକ ଏନଓସି ଦେଇଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଜର ଯୁକ୍ତି ଉପସ୍ଥାପନ କରିବା ସହ ଏନଏମଏକୁ ରାଜ୍ୟ ସଂସ୍କୃତି ବିଭାଗ ଜରୀଆରେ ରିଭାଇଜଡ ଏନଓସି ଦେବା ପାଇଁ ଚିଠି ଲେଖିଛି।

 ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନଏମଏ ଦେଇଥିବା ସୁପାରିସକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ। ଏନେଇ  ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ ।  ୭.୫୦ ମିଟର ଭିତରେ ନିର୍ମାଣକୁ ନେଇ  ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି। ନବକଳେବର କୋଠା ସହ ସମ ଉଚ୍ଚାରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ କରିବାକୁ ଅନୁମତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଉଲ୍ଲେଖ କରିଛି।ଗତ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଅନେକ ସୁପାରିଶ କରିଛି। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଅନ୍ୟତମ…

ସେପଟେ ଏନଏମଏ ସ୍ପଷ୍ଟ କରିଛି କି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ। ଏହାର ଉଚ୍ଚତା ୭.୫୦ ମିଟର(ଜି+୧) ଭିତରେ ରଖାଯାଉ। ଏସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପୂର୍ବରୁ ଏନ୍‌ଏମଏ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ପାଇଁ ଅନୁମତି ଦେଇଥିଲା। ଯେଉଁଥିରେ କୋଠାର ଉଚ୍ଚତା ୧୨.୧୯ ମିଟର(ଜି+୨) ରହିଥିଲା। ଗ୍ରାଉଣ୍ଡ୍‌ ଫ୍ଲୋର ସହ ଏହା ଉପରେ ଆଉ ଦୁଇ ମହଲା କୋଠା କରିବାକୁ ଅନୁମତି ରହିଥିଲା। କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଛି, ଯେଉଁଥିରେ ଗ୍ରାଉଣ୍ଡ ଫ୍ଲୋର ଓ ଫାଷ୍ଟ ଫ୍ଲୋର ରହିଛି। ଏହା ‌ଆଦୌ ଠିକ୍‌ ନୁହେଁ। କାରଣ ଆମର ପୂର୍ବ ପ୍ରଶାସନିକ କୋଠା ଗ୍ରାଉଣ୍ଡ୍‌ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ। ଏବେ ଯଦି ଦୁଇ ମହଲା କରିବୁ ଏହା ପୁରୁଣା କୋଠା ସହ ମିଶିବନି। ତେଣୁ ଆମକୁ ତିନି ମହଲା କୋଠା କରିବାର ଆବଶ୍ୟକତା ରହିଛି। ସେହି ଅନୁସାରେ ପୁଣିଥରେ ସଂଶୋଧିତ ଡିପିଆର ପଠାଇବା ସହ ତିନି ମହଲା କୋଠାର ଅନୁମତି ଦେବାକୁ ଚିଠି ଲେଖିଛୁ ବୋଲି କହିଛନ୍ତି ‌ଉନ୍ନୟନପ୍ରଶାସକ ।

ଶ୍ରୀ ମନ୍ଦିର ପ୍ରଶାସନ ଏହି ନୂତନ କାର୍ଯ୍ୟାଳୟ କୋଠା ଗୁଡିକ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ଲାଗି ଲକ୍ଷ୍ୟ ରଖା ଯାଇଛି।  

 ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button