ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଡାକ୍ତର

ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଗୁରୁତର ଅବସ୍ଥାରେ ଥିବା ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ଡାକ୍ତର ସନତ କୁମାର ରାଉତ । ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ସନତ କୁମାର ରାଉ। ଝରୀଗାଁ ବ୍ଲକ ଗୋରାମ୍ବା ଗ୍ରାମର ମହିଳା ପାର୍ବତୀ ପନକା ୯ ମାସର ଗର୍ଭବତୀ ଥିବାବେଳେ ତାଙ୍କର ରକ୍ତ ଜନିତ ସମସ୍ୟା ଥିଲା । ମହିଳାଙ୍କ ବ୍ଲଡ଼ ଗ୍ରୁପ ବିରଳ ବି ନେଗେଟିଭ ଥିବା ବେଳେ ରକ୍ତ ନପାଇ ସେ ଗୁରୁତର ରହୁଥିଲେ। ମହିଳା ଜଣକ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । ତେବେ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲରେ ଭର୍ତି ହେବା ପରେ ସେଠାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ତାଙ୍କର ଅପରେସନ କରି ଛୁଆ ଜନ୍ମ କରିବାକୁ ସ୍ଥିର ହୋଇଥିବାବେଳେ ରକ୍ତର ଜରୁରୀ ଆବଶ୍ୟକତା ରହିଥିଲା । କିନ୍ତୁ ମହିଳାଙ୍କର ବିରଳ ବି ନେଗେଟିଭ ଗ୍ରୁପ ଥିବାରୁ ସେ ଗ୍ରୁପର ବ୍ଲଡ଼ ମିଳିବା କଷ୍ଟ ସାଧ୍ୟ ଥିଲା । ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କରେ ମଧ୍ୟ ବି ନେଗେଟିଭ ଗ୍ରୁପର ବ୍ଲଡ଼ ଅଭାବ ଥିଲା ।ରକ୍ତ ନ ମିଳିବାରୁ ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ୁଥିବା ଥିଲା । ତେବେ ମେଡ଼ିକାଲରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ସନତ କୁମାର ରାଉତ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ଡାକ୍ତର ସନତ କୁମାରଙ୍କ ବି ନେଗେଟିଭ ଗ୍ରୁପ ଥିବାରୁ ଡାକ୍ତର ବିନା କୌଣସି ଦ୍ଵିଧାରେ ବିଳମ୍ବ ନ କରି ରକ୍ତଦାନ କରିବା ପାଇଁ ରାଜି ହୋଇଥିଲେ । ଡାକ୍ତର ବ୍ଲଡ଼ ଦେବା ପରେ ଗର୍ଭବତୀ ପାର୍ବତୀଙ୍କ ସ୍ଥିତି ସ୍ୱାଭାବିକକୁ ହୋଇଥିଲା । ଡାକ୍ତରଙ୍କ ଏଭଳି ମହତ କାର୍ଯ୍ୟକୁ ନେଇ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି । ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ଅବତାର ବୋଲି କୁହାଯାଉଥିବା ବେଳେ ତାହାକୁ ପ୍ରମାଣିତ କରିଛନ୍ତି ଡାକ୍ତର ସନତ ।ଡାକ୍ତରଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବ ବୋଲି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୁକାନ୍ତ ଶତପଥୀ ପ୍ରକାଶ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *