ପୁଣିଥରେ ଘରଘର ବୁଲି ଓବିସି ସର୍ଭେ କରାଯାଉ : ସମାଜବାଦୀ ପାର୍ଟି

Spread the love

ଭୁବନେଶ୍ୱର : ମେ୧ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଓବିସି ସର୍ଭେରେ ରାଜ୍ୟରେ ପଛୁଆବର୍ଗଙ୍କ ଜନସଂଖ୍ୟା ୪୨.୦୧ ବୋଲି ଜଣାପଡ଼ିଛି ।  ଜନସଂଖ୍ୟା ବୃଦ୍ଧି ହାରରେ ପଛୁଆବର୍ଗ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବା କଥା, କିନ୍ତୁ ପଛୁଆବର୍ଗ କମିଶନଙ୍କ ସର୍ଭେରେ ଏହା ୫୪ ପ୍ରତିଶତରୁ କମି ୪୨ ପ୍ରତିଶତ ରହିଛି । ଅନ୍‌ଲାଇନ୍ ସର୍ଭେ ଯୋଗୁଁ ବହୁ ଲୋକ ସର୍ବେକ୍ଷଣରେ ନିଜ ନାମ ଓ ଜାତି ଦରଜ କରିବାକୁ ସମର୍ଥ ହୋଇନାହାନ୍ତି । ଏହା ଫଳରେ ରାଜ୍ୟରେ ପଛୁଆବର୍ଗର ଜନସଂଖ୍ୟା ସର୍ଭେରେ କମିଗଲା ।ତେଣୁ ଘର ଘର ବୁଲି କମିଶନ ଆଉଥରେ ସର୍ଭେ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବାର୍ତାରେ କହିଛନ୍ତି ଯେ, ଏହି ସର୍ଭେକ୍ଷଣ ତୁରନ୍ତ ଆରମ୍ଭ କରାଯାଇ ଆସନ୍ତା ଦୁଇମାସ ଭିତରେ କମିଶନ ସାରନ୍ତୁ । ନାମଲେଖା ପାଇଁ ପଛୁଆବର୍ଗଙ୍କୁ ଯେଉଁ ୨୭% ସଂରକ୍ଷଣ ଦିଆଯିବା କଥା, ତାହାକୁ ଓଡ଼ିଶା ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଖାଲି ରଖନ୍ତୁ । ସେହିଭଳି ଚାକିରୀ ପାଇଁ ପଛୁଆବର୍ଗ ଲୋକଙ୍କୁ ୨୭ଭାଗ ସଂରକ୍ଷଣ ଦେବାପାଇଁ ପଦବୀ ଗୁଡ଼ିକୁ ସର୍ବେକ୍ଷଣ ଶେଷ ପର୍ଯ୍ୟନ୍ତ ପୁରଣ ନକରିବାକୁ ବେହେରା ଦାବି କରିଛନ୍ତି । ଯଦି ଓବିସି କମିଶନ ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ପଛୁଆବର୍ଗର ସାମ୍ବିଧାନିକ ଅଧିକାରକୁ ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ତୀବ୍ରତର ହେବ । ପ୍ରତ୍ୟେକ ପଛୁଆବର୍ଗ ଭାଇ ଭଉଣୀ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ଆଗେଇ ଆସିବାକୁ ବେହେରା ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *