ଡ. ଆଶିଷ ଘୋଷ ହେଲେ ଟ୍ରିପଲ ଆଇଟିର ନିର୍ଦ୍ଦେଶକ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଡ. ଆଶିଷ ଘୋଷ । ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ର ନିର୍ଦ୍ଦେଶକ ଭାବେ ଡ. ଘୋଷଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ନିଯୁକ୍ତି ଦେଇଛନ୍ତି । ସେ ଏହି ଦାୟିତ୍ୱରେ ୫ ବର୍ଷ ପାଇଁ ରହିବେ । ଡ. ଆଶିଷ ଘୋଷଙ୍କର ରହିଛି ୧୮ ବର୍ଷର ଅଧ୍ୟାପନା ଅଭିଜ୍ଞତା । ସେ ବର୍ତମାନ କୋଲକାତାର ଟୋକ୍ନୋଲୋଜି ଇନୋଭେସନ୍ ହବ୍ ର ପ୍ରଫେସର ଓ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

Leave a Reply

Your email address will not be published. Required fields are marked *