ନର୍ଦ୍ଦମା ପାଣି ଗନ୍ଧରେ ଫାଟୁଛି ଅଞ୍ଚଳର

ଭୁବନେଶ୍ବର:  ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ଡ୍ରେନ ପାଣି । ଦୁର୍ଗନ୍ଧରେ ଫାଟୁଛି ପୁରା ଅଞ୍ଚଳ। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଏ କହୁଛି ଅପରିଷ୍କାର ଡ୍ରେନ ପାଣିରେ ଚାଲିକି ଆସିବା ମୁସ୍କିଲ ତ ଆଉ କିଏ ବାଧ୍ୟବାଧକତାରେ ଆସୁଛନ୍ତି ସିନା କିନ୍ତୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ରେସିଡେନସିଆଲ ଏରିଆରେ ଏଭଳି ଢଙ୍ଗରେ ଆପାର୍ଟମେଣ୍ଟ ତିଆରିକୁ କିଏ ଅନୁମତି ଦେଇଛି ତାହା ବଡ ପ୍ରଶ୍ନ ହୋଇଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକ ।

ଏ କେମିତିକା ସ୍ମାର୍ଟସିଟି। କୁଢ କୁଢ ଅଳିଆ ସାଙ୍ଗକୁ ଦୁର୍ଗନ୍ଧରେ ଫାଟିପଡୁଛି ଏରିଆ । ଅଳିଆ ଆବର୍ଜନା ସହ ରାସ୍ତା ଉପରେ ଭାସୁଛି ଡ୍ରେନ ପାଣି। ଏ ଦୃଶ୍ୟ ହେଉଛି ରାଜଧାନୀ ଆଇଆରସି ଭିଲେଜ ନିକଟସ୍ଥ ଏନ୨ ଅଂଚଳର। ଏଠାରେ ରେସିଡେନସିଆଲ ପ୍ଲଟରେ ଛିଡା ହୋଇଛି ଏକ ଆପାର୍ଟମେଣ୍ଟ । ହେଲେ କିଏ କାହିଁକି ଏହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଛି ତାହା ବଡ ପ୍ରଶ୍ନ ହୋଇଥିବା ବେଳେ କଣ କରୁଛନ୍ତି ସେଠାକାର କମ୍ୟୁନିଟି ସେଣ୍ଟରର ସଦସ୍ୟ ସାଧାରଣରେ ସେ କଥା ମଧ୍ୟ କୁହାଯାଉଛି। ସେପଟେ ଏହି ଆପାର୍ଟମେଣ୍ଟ ଯୋଗୁଁ ଡ୍ରେନ ପାଣି ରାସ୍ତା ଉପରେ ଭାସୁଛି  ଯାହାକୁ ନେଇ  ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି…  । 

ଅନ୍ୟପଟେ ଗତ ତିନଦିନ ଧରି ଏହି ଆପାଟମେଣ୍ଟର ଡ୍ରେନ ପାଣି ଲିକ କରୁଛି ହେଲେ ନା ଆପାର୍ଟମେଣ୍ଟ ମାଲିକଙ୍କ ନଜର ପଡୁଛି ନା ବିଏମସିର।  ଯାହାକୁ ନେଇ ସ୍ଥାନୀୟ ଲୋକେ ଅନେକ ସମସ୍ୟା ସମୁଖୀନ ହେଉଛନ୍ତି l କିନ୍ତୁ ସମସ୍ୟାର ସାମାଧାନ ହେଇପାରୁନାହିଁ । ଆପାଟମେଣ୍ଟର ମାଲିକ ସେହି ସ୍ଥାନରେ ରହୁ ନାହାନ୍ତି କିନ୍ତୁ ଏହି ସମ୍ବନ୍ଧରେ ତାଙ୍କୁ ଅବଗତ କରା ଯାଇଥିବା କହିଛନ୍ତି ଆପାର୍ଟମେଣ୍ଟର ସିକ୍ୟୁରିଟୀଗାର୍ଡ।

ଏହି ଆପାର୍ଟମେଣ୍ଟ ଯୋଗୁ ଅହରହ ରାସ୍ତାରେ ନର୍ଦ୍ଦମା ପାଣି ଚାଲିଛି । ତିନି ଦିନ ହେଲାଣି ସ୍ଥାନୀୟ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ହେଲେ କେବେ ବିଏମସି ଏ ଦିଗରେ ପଦକ୍ଷେପ ନେଉଛି ତାହା ଦେଖିବା କଥା…  । 

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *