ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କଫସିରଫ କାରବାର l ଏହାରି ମଧ୍ୟରେ ପୋଲିସ ଏହାକୁ ରୋକିବାକୁ ଆରମ୍ଭ କରିଛି କଫସିରଫ ଧରପଗଡ଼ ଅଭିଯାନ | ବିଭିନ୍ନ ସ୍ଥାନରେ ବରଗଡ଼ ପୋଲିସର ରେଡ ବେଳେ ତୁରା ରୋଡ ପାଖରେ ୭ ପେଟି ସହ ୮୩୪ ବୋତଲ କଫସିରଫ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କାରୁ ଅଧିକ ହେବ l ସେହିପରି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ | ଏକ ଟାଟା ଏସି ଗାଡି ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ଼ SDPO ପଦାରବିନ୍ଦ ତ୍ରିପାଠୀ |

Naxatra News is now on Whatsapp
Join and get latest news update delivered to you via whatsapp
Join Now