ସରିଲା ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫

ଝାରସୁଗୁଡ଼ାର ପ୍ରଗତି କରିବା ଏକ ମାତ୍ର ଲକ୍ଷ୍ୟ । ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାକୁ ପ୍ରଗତି ପଥରେ ନେବାର ଲକ୍ଷ୍ୟ ରଖି ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ହେବ । ରବିବାର ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । । ଝାରସୁଗୁଡ଼ାରେ ୭୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ପଞ୍ଚପଡ଼ାଠାରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ନିର୍ମାଣ କରାଯାଇଛି । ଅନ୍ୟ ଜିଲ୍ଲା ଅପେକ୍ଷା ଝାରସୁଗୁଡ଼ା ଜିଲ୍ଲା ବହୁତ ଆଗରେ ଅଛି । ଝାରସୁଗୁଡା ଜିଲ୍ଲାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ। ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଆଜି ଡବଲ ଇଞ୍ଜିନ ସରକାର ହେଇଛି । ବ୍ରଜରାଜନଗର ଓ ଲଖନପୁର ବ୍ଲକ ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେବା ପରେ ମଧ୍ୟ ଜିଲ୍ଲା ଓ ରାଜ୍ୟର ବିକାଶରେ ସହଯୋଗର ହାତ ବଢାଇଛନ୍ତି ।

ଅନ୍ୟପଟେ ଶେଷ ସନ୍ଧ୍ୟାରେ ମିରର ଥିଏଟର ପକ୍ଷରୁ ଝାରସୁଗୁଡ଼ାର ବୀରପୁତ୍ର ସ୍ବାଧୀନତା ସଂଗ୍ରାମୀ ସହିଦ କରୁଣାକର ନାଏକ ଙ୍କ ଇତିହାସ ଉପରେ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ନୃତ୍ୟ ପରିବେଷଣ ମଞ୍ଚସ୍ଥ କରାଯାଇଥିଲା । ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ଅବସରରେ ଏକ ମେଗା ରକ୍ତଦାନ ଶିବିର  ଆୟୋଜନ ହୋଇଛି । ଏହାସହ ଏମ୍ସ ଫାଉଣ୍ଡେସନ ତରଫରୁ ଅଙ୍ଗଦାନ ଆରମ୍ଭ ହୋଇଛି, ଯାହା ସ୍ୱାଗତଯୋଗ୍ୟ । ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବିଳମ୍ୱିତ ରାତି ଯାଏ ବାନ୍ଧି ରଖିପାରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *