ରସୁଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ, ବୁଣାକାରଙ୍କ ସହ କଲେ ଆଲୋଚନା

Spread the love

ଧର୍ମଶାଳା : ବୁଣାକାର ଗାଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଗୋପାଳପୁର । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗୋପାଳପୁର ଗସ୍ତ କରି ବୁଣାକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମେ ଗୋପାଳପୁର ଗାଁରେ ଥିବା ବିରଜା ହ୍ୟାଣ୍ଡଲୁମ ସଂସ୍ଥାକୁ ଯାଇ ସେଠାରେ ବୁଣାକାରଙ୍କ ହାତ ତିଆର ବିଭିନ୍ନ ସାମଗ୍ରୀ ବୁଲି ଦେଖିଥିଲେ । ଏଠାକାର ହସ୍ତତନ୍ତ ଓ ଟସର ବସ୍ତ୍ରର ବେଶ ଚାହିଦା ଥିବାରୁ ସେ ଗୋପାଳପୁରକୁ ଆସିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଅବସରରେ ସେ ବୁଣାକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କମ ପରିଶ୍ରମରେ ଅଧିକ ଉତ୍ପାଦନ, ଉପଯୁକ୍ତ ବଜାର ସୁବିଧା, ଆବଶ୍ୟକୀୟ ଉପକରଣ, ବ୍ୟାକିଙ୍ଗ ସୁବିଧା ସହ ବୈଷୟିକ ଜ୍ଞାନକୈାଶଳ ବ୍ୟବହାର ସଂପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ବୁଣାକାରମାନେ ମଧ୍ୟ ଆଲୋଚନା ସମୟରେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୁଣାକାରଙ୍କ ସମସ୍ୟା ସମାଧାନ ସହ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ଜେନା ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର, ଏସପି ବିନୀତ ଅଗ୍ରୱାଲଙ୍କ ହସ୍ତତନ୍ତ ବିଭାଗ ଓ ନାବାର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *