ଜାତୀୟ

୨୫ ରାଜ୍ୟରେ ବର୍ଷା ବିତ୍ପାତ

୨୫ ରାଜ୍ୟରେ ବର୍ଷା ବିତ୍ପାତ । ଗୁଜୁରାଟ ଓ ମହାରାଷ୍ଟ୍ରରେ ସ୍ଥିତ ଗମ୍ଭୀର । ରିଲଫ ଓ ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ସାମିଲ । ମହାରାଷ୍ଟ୍ରରେ ୭୬ ଜଣଙ୍କ ଜୀବନ ଗଲାଣି । ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ମଧ୍ୟ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଅନେକ ରାଜ୍ୟ ଗୁଡିକରେ ଆଗାମୀ ଦିନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ହେବାର ଥିବାରୁ ହାଇଆଲର୍ଟ ଜାରି କରାଯାଇଛି । ଗୁଜୁରାଟରେ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରତ କରାଯାଇଥିବାବେଳେ ଏହି ସ୍ଥାନରେ ନଦୀ ବିପଦ ସଂଙ୍କେତ ଉପରେ ପ୍ରଭାହିତ ହେଉଛି । ଗୁଜୁରାଟରେ ବର୍ତ୍ତମାନ ସୁଦ୍ଧା ବର୍ଷା ଓ ବନ୍ୟା ଯୋଗୁଁ ୬୦ ଜଣଙ୍କ ଜୀବନ ଗଲାଣି । ମାତ୍ର ୩ ଘଣ୍ଟାରେ ଅହମଦାବାଦରେ ୧୧୫ ମିମି ବର୍ଷା ହୋଇଛି । ଅନ୍ୟପକ୍ଷେ ମହାରାଷ୍ଟ୍ର ପ୍ରବଳ ବର୍ଷା ଯୋଗଁ ୭୬ ଜଣଙ୍କ ଜୀବନ ଗଲାଣି । ମହାରାଷ୍ଟ୍ରର ଗଡଚିରୋଲିରେ ବନ୍ୟା ସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉକ୍ତ ଅଞ୍ଚଳ ଗସ୍ତ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ବନ୍ୟା ସ୍ଥ୍ତିତି ସମୀକ୍ଷା କରୁଛନ୍ତି ।

  • ସ୍ମରିଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button