ଓଡ଼ିଶାରାଜନୀତିରାଜ୍ୟ

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ – ଶରତ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଦେବାଦଳ ପକ୍ଷରୁ ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି  ଶରତ ପଟ୍ଟନାୟକ କହିଲେ ଯେ, କଂଗ୍ରେସ ସେବାଦଳର ଏକ ଗୌରବମୟ ଇତିହାସ ରହିଛି । ସେହି ଇତିହାସର ମୁକସାଖି ଭାବେ ଉପସ୍ଥିତ ସମସ୍ତ କଂଗ୍ରେସ ସେବାଦଳର କର୍ମକର୍ତାମାନେ ଆଗାମୀ ନିର୍ବାଚନରେ ନିଜ ନିଜ ଅଂଚଳରେ ଜଣେ ଜଣେ ସେନାପତିର ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଖୁବ୍‌ଶୀଘ୍ର ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ କର୍ମକର୍ତାଙ୍କୁ ନେଇ ଏକ ରାଜସ୍ତରୀୟ ଶିବିର ଅନୁଷ୍ଠିତ ହେବ । ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ଜଣେ ଜଣେ ସେବାଦଳ କର୍ମୀଙ୍କୁ ମନୋନିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଷ୍ପତି ନେଇଛନ୍ତିି ।

            ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ଅଧ୍ୟକ୍ଷ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଲେ ଯେ, ପୂର୍ବଦିନ ମାନଙ୍କରେ କଂଗ୍ରେସ ସେବାଦଳର କାର୍ଯ୍ୟକ୍ରମକୁ ଯେଭଳି ଗୁରୁତ୍ୱ ଦିଆଯାଉଥିଲା, ଆଗାମୀ ଦିନରେ ସେହିଭଳି ଗୁରୁତ୍ୱ ଦିଆଯିବ ଓ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସଭାପତିତ୍ୱ ସମୟରେ ଯେଭଳି ଭାବରେ ସେବାଦଳର କର୍ମୀମାନେ ସାଇକେଲରେ ସାରା ଓଡ଼ିଶାର ୧୮ ଶହ କିଲୋମିଟର ଯାତ୍ରା କରି ବିଜୁ ପଟ୍ଟନାୟକ ସରକାର ବିରୁଦ୍ଧରେ ୧ ଲକ୍ଷ ପ୍ରଚାର ପତ୍ର ବଂଟନ କରିଥିଲେ, ଆଗାମୀ ଦିନରେ ସେବାଦଳ କର୍ମକର୍ତାଙ୍କୁ ସେହି କାର୍ଯ୍ୟରେ ପୁନଃ ବିନିଯୋଗ କରାଯିବ ।

            ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି, କାର୍ଯ୍ୟକର୍ତା ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ  ପଂଚାନନ କାନୁନ୍‌ଗୋ କହିଲେ ଯେ, କଂଗ୍ରେସ ସେବାଦଳ ଅନୁଷ୍ଠାନର ପ୍ରଥମ ସଭାପତି ଭାରତ ବର୍ଷର ପୁର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ । ତାଙ୍କର ଆଦର୍ଶ, ଦର୍ଶନ ତଥା ଚିନ୍ତାଧାରାକୁ ଆମେ ପୁଣିଥରେ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା । ବରିଷ୍ଠ କଂଗ୍ରେସ  ବିଧାୟକ  ସୁରେଶ କୁମାର ରାଉତରାୟ କହିଲେ ଯେ, କଂଗ୍ରେସ ସେବାଦଳ ଏଭଳି ଏକ ଅନୁଷ୍ଠାନ ଯେଉଁଠାରେ ଶୃଙ୍ଖଳା ସହିତ ସଂକଳ୍ପ ପୁରି ରହିଛି ।

Leave a Reply

Your email address will not be published.

Back to top button