ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା – ପ୍ରତାପ କେଶରୀ ଦେଓ

Spread the love

ଭୁବନେଶ୍ୱର : ରାଜ୍ୟରେ ପାୱାର କଟ ହେବା ସମ୍ପର୍କିତ ଅଭିଯୋଗକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେଓ ।

ଶ୍ରୀ ଦେଓ କହିଛନ୍ତି ଯେ ଗଣମାଧ୍ୟମ ରାଜ୍ୟରେ ପାୱାର କଟ ହେବା ନେଇ ଯେଉଁ ଶବ୍ଦ ପ୍ରୟୋଗ କରୁଛନ୍ତି ତାହା ଠିକ ନୁହେଁ । ତେବେ ସେ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା ।

ସେ କହିଛନ୍ତି ଯେ ରାଜ୍ୟରେ ପାୱାର ସର୍ଟେଜ୍ ନଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟରେ ପାୱାର କଟ୍ ହେଉନାହିଁ। ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *