ଓଡ଼ିଶା
ହିନ୍ଦୋଲ ରେଞ୍ଜରେ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରୁ ଏକ ମୃତ ମାଈ ହାତୀ ଠାବ ହୋଇଛି। ହିନ୍ଦୋଳ ରେଞ୍ଜ ସାତମାଇଲ ନିକଟସ୍ଥ ବାଘଧରିଆ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ଥମୁନି ବନ୍ୟ ଜୀବ ଶିକାର। ବାରମ୍ବାର ବନଖଣ୍ଡ ଅଞ୍ଚଳରେ ଜୀବ ହତ୍ୟା କରାଯାଉଛି। କେତେବେଳେ ଫାସ ପକା ଯାଉଛି ତ ପୁଣି କେତେବେଳେ ବିଦ୍ୟୁତ୍ ତାର ଟାଣଯାଉଛି। ପୁଣି ହିନ୍ଦୋଳ ରେଞ୍ଜ ସାତମାଇଲ ନିକଟସ୍ଥ ବାଘଧରିଆ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ପଡିଥିବା ଖବର ପାଇ ବନ ବିଭାଗ ମାଈ ହାତୀର ମୃତଦେହ ଉଦ୍ଧାର ହୋଇ ତଦନ୍ତ ଚାଲିଛି।
ବାଘଧରିଆ ଜଙ୍ଗଲରେ ବିଦ୍ୟୁତ ଫାସ ପକାଇଥିଲେ ଶିକାର, ଯାହାର ସଂସ୍ଫର୍ଶରେ ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ମୃତଦେହ ବ୍ୟବଚ୍ଛେଦ କରିବା ସହ କିପରି ମୃତ୍ୟୁ ହୋଇଛି ଓ ଏଥିପାଇଁ କିଏ ଦାୟୀ ତାକୁ ନେଇ ତଦନ୍ତ କରୁଥିବା ସୂଚନା ରହିଛି।