ଓଡ଼ିଶା

ହାତୀପଲ ରଚିଲେ ତାଣ୍ଡବ

କଟକ: ସହରରେ ତାଣ୍ଡବ ରଚିଲେ ହାତୀପଲ । ଯିଏ ଆଗରେ ପଡିଲା ତାର ଜୀବନ ଗଲା । ହାତୀ ପାଦ ତଳେ ଗଲା ଦୁଇ ଜୀବନ। ଆହତ ହେଲେ ବହୁ ଲୋକ । ଭାଙ୍ଗିଲା ଘରଦ୍ଵାର, ପାଚେରୀ, ଗାଡି, ଗଛ। ସେପଟେ ମହାନଦୀରୁ ଏକ ହାତୀ ମୃତ ଦେହ ଉଦ୍ଧାର ହୋଇଛି ।  

ସହର ମୁହାଁ ହାତୀପଲ, ରଚିଲେ ଉପଦ୍ରବ । ଜଗତପୁର ପଣ୍ଡା ସାହିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ ମୃତ ହୋଇଥିବା ବେଳେ ଅନେକ ହେଲେ ଆହତ। ମଙ୍ଗଳବାର  ୩ଟି ହାତୀ ଚୌଦ୍ୱାର ପାଇକରାପୁର ଗ୍ରାମକୁ ଆସି ଆତଙ୍କ ମଚାଇବା ସହ ବନ୍ଦ ରହିଥିବା ଟିପିଏମ  କମ୍ପାନୀ ମଧ୍ୟରେ ରହିଥିଲେ । ରାତି ତମାମ ବନବିଭାଗ କର୍ମଚାରୀ ଓ ଚୌଦ୍ୱାର ପୋଲିସର ସହଯୋଗରେ ହାତୀ ଜଙ୍ଗଲ କୁ ଘଉଡ଼ାଇବା ପାଇଁ ଲାଗିଥିଲେ ମଧ୍ୟ ହାତୀ ଗୁଡ଼ିକ ରାତିରେ ଜଗତପୁର କୁ ଚାଲିଆସିଥିଲେ । ନିକଟରେ ସାଇ ମନ୍ଦିର ନିକଟରେ ଫୁଲ ତୋଲୁଥିବା ୬୫ ବର୍ଷୀୟା କମଳି ନାୟକ କୁ ହାତୀ କଚାଡି ମାରିବା ସହ ଷ୍ଟେସନ ବଜାର ନିକଟରେ ଆନନ୍ଦ ବେହେରା ଙ୍କୁ କଚାଡି ମାରିଛି ହାତୀ ।

ଅନ୍ୟପଟେ ଲୋକଙ୍କ ପାଟିରେ ହାତୀ ଜୀବନ ବିକଳରେ ଜଗତପୁର ନିକଟରେ ମହାନଦୀରେ ପଶି ଯାଉଥିବା ବେଳେ ବ୍ୟରେଜ ର ୧୫ ନମ୍ୱର ଗେଟ ନିକଟରେ ତାର ମୃତ୍ୟୁ ହୋଇଥିଲା । ଲୋକଙ୍କ ମାତ୍ରାଧିକ ଭିଡ଼ ପାଇଁ ହାତୀ ନଦୀରେ ପଶି ଆଗକୁ ଚାଲି ଯିବାକୁ ଚେଷ୍ଟା କରୁଥିବା ବେଳେ ନଦୀ ଗର୍ଭରେ ହରିଲା ଜୀବନ । ନଦୀ ପାଣିରେ ବହୁତ ସମୟ ଜୀବନ ସହିତ ସଂଘର୍ଷ କରି ମୃତ୍ୟୁବରଣ କଲା ମା ହାତୀ । ଵନ ବିଭାଗ କର୍ମଚାରୀ ତଥା ସ୍ଥାନୀୟ ବାସିନ୍ଦା ଙ୍କ ସହଭାଗିତାରେ ନଦୀରୁ ଉଦ୍ଧାର ହେଲା ହାତୀର ମୃତ ଦେହ । ବନବିଭାଗ ଦ୍ୱାରା ପୋଷ୍ଟମଟମ କରାଯାଇ ମୃତ ହାତୀକୁ ପୋତା ଯିବାକୁ କରାଯାଇଛି ବ୍ୟବସ୍ଥା । ଅନ୍ୟ ଦୁଇ ହାତୀ ମଧ୍ୟରୁ ଗୋଟିଏ ହାତୀ ଖଇରାପୋଲ ଦେଇ ଆଗକୁ ଚାଲିଯାଇ ଥିବା ବେଳେ ହାତୀଛୁ ଆ ଟି ଜଗତପୁର ପଣ୍ଡାସାହି ଭିତରେ ଫଶି ରହିଛି । ହାତୀକୁ ଜଙ୍ଗଲ ଭିତରକୁ ଘୋଡାଇବାକୁ ଚେଷ୍ଟା ଜାରି ରଖିଛି ବନବିଭାଗ

  ହାତୀ ସହିତ ସେଲ୍ଫି,ଆଉ ରିଲସ ପଡିଲା ମହଙ୍ଗା । ଲୋକମାନଙ୍କର ଦୁସ୍ଥ ମାନସିକତା ପାଇଁ ବାରମ୍ବାର ନିରୀହ ହାତୀ ମାନଙ୍କ ସହିତ ଘଟୁଛି ଅଘଟଣ ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button