କେନ୍ଦ୍ରାପଡା
ଶ୍ରୀ ଅନନ୍ତ ମହାବୀରଙ୍କ ଦ୍ୱିତୀୟ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁମ୍ବାଡି ପିକରାଳି ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ମହାବୀରଙ୍କ ଦ୍ୱିତୀୟ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଆସନ୍ତା ୧୯ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୨୨ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ । ଏନେଇ ଅନୁଷ୍ଠାନର ସଭାପତି ରମାକାନ୍ତ ଜେନା, ସଂପାଦକ ଉତମ ଚରଣ ଜେନା, ସୁରେଶ କୁମାର ଜେନାଙ୍କ ସହ ସମସ୍ତ ଗ୍ରାମବାସୀ ବୃନ୍ଦ ଏଥିରେ ସାମିଲ ହୋଇ ମହାଯଜ୍ଞ ରେ ଭାଗ ନେଇ ମହାବୀରଙ୍କ କୃପାଲାଭ କରିବା ପାଇଁ ଅନୁରୋଧ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଯଜ୍ଞ ପଡିଆରେ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ସଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ।