ଜବରଦଖଲକୁ ନେଇ ହଙ୍ଗାମା ଓ ମହଲତ

ଜବରଦଖଲ ସମସ୍ୟା ଅତିଷ୍ଠ କଲାଣି। ବରଗଡ଼ରୁ ଭଦ୍ରକ। ସମାନ ଅବସ୍ଥା। ଭଦ୍ରକର ତିହିଡି ବଜାର ଦୀର୍ଘ ବର୍ଷ ପରେ ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଥିଲା ବେଳେ ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନକୁ ୧୦ଦିନର ମହଲତ ଦେଇଛି ସ୍ୱେଛାସେବୀ ସଂଗଠନ। ଦୀର୍ଘ ବର୍ଷ ବର୍ଷ ଧରି ତିହିଡ଼ି ବଜାର ଜବରଦଖଲକାରିଙ୍କ ଦଖଲରେ ଥିବାରୁ ସରକାରଙ୍କର ଅନେକ ଜନହିତକର କାର୍ଯ୍ୟ ଅଗ୍ରଗତି ହେଉ ନ ଥିଲା।  ଟ୍ରାଫିକ୍ ଜାମ ସହ  ଅନେକ ପ୍ରକଳ୍ପ ଆଗେଇ ପାରୁନଥିଲା। ଶେଷରେ ସ୍ୱତନ୍ତ୍ର ପୋଲିସ ଫୋର୍ସ ଜରିଆରେ ବୁଲଡୋଜର ଯୋଗେ ଜବରଦଖଲ ଉଚ୍ଛେଦ କରିବାକୁ ସଫଳ ହୋଇଛି ପ୍ରଶାସନ। ୧୨୩ଟି ଦୋକାନ ଘର ଉଛେଦ ହୋଇଛି। ବିନା ନୋଟିସରେ ଏଭଳି ଉଛେଦକୁ ବିରୋଧ କରି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ତିହିଡ଼ି ବଜାରରେ।ସେପଟେ ବରଗଡ ସହରର ଲେଙ୍ଗୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ହଟାଇବାକୁ ଦାବି ତେଜିଛି। ପ୍ରଶାସନକୁ ୧୦ ଦିନର ମହଲତ ଦିଆଯାଇଛି। କାର୍ଯ୍ୟକାରୀ ନହେଲେ ବରଗଡ଼ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ। ସ୍ୱେଛାସେବୀ ସଂଗଠନ ସମଲେଶ୍ୱରୀ ସଂଘ ପକ୍ଷରୁ ବରଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ଲେଙ୍ଗୁ ମିଶ୍ର ଛକ ଠାରୁ ଆମ୍ୱାପଳି ପର୍ଯ୍ୟନ୍ତ ରହିଥିବା ଦେଢ଼ କିଲୋମିଟର ରାସ୍ତା କେତେକ ଅସାଧୁ ବ୍ୟକ୍ତିଙ୍କ ଜବର ଦଖଲ ଯୋଗୁଁ ସଙ୍କୁଚିତ ହେବା ସହ ତାର ଅସ୍ତିତ୍ୱ ହରାଇ ବସିଛି। ଟ୍ରାଫିକ୍ ଜାମ ଲାଗି ଅନେକ ବାର ଛୋଟବଡ଼ ଦୁର୍ଘଟଣା ଘଟିଛି। ଜବରଦଖଲ ଉଛେଦ ସହ ରାସ୍ତା ପ୍ରଶସ୍ତିକରଣ ଲାଗି ଦାବି ପରେ ପ୍ରଶାସନ ଜବରଦଖଲ ଉଛେଦ ବି ଆରମ୍ଭ କରିଥିଲା। କିନ୍ତୁ ହାଇକୋର୍ଟଙ୍କ ରହିତାଦେଶରୁ ଏହା ଅଟକିଥିଲା। ଏବେ ଅଦାଲତି କଟକଣା ହଟିବା ପରେ ତୁରନ୍ତ ଉଛେଦ କାମକୁ ସାରିବାକୁ ଦାବି ଶାଣିତ ହୋଇଛି। ସମଲେଶ୍ୱରୀ ସଂଘ ସଭାପତି ପ୍ରଶାନ୍ତ ମହାପାତ୍ର, ବରଗଡ଼ ବାସିନ୍ଦା ଭବାନୀ ପ୍ରସାଦ ଭୋଇଙ୍କ ସମେତ ଶତାଧିକ ଲୋକେ ପ୍ରଶାସନକୁ ଦାବି କରିଛନ୍ତି। ଏହି ଦାବିକୁ ଯଥାର୍ଥ କହିବା ସହ ଅତିଶିଘ୍ର ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ବରଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ। ଦେବାନନ୍ଦ ସାହୁ। ବିକାଶମୂଳକ କାମରେ ସବୁବେଳେ ବାଧକ ହୋଇ ଛିଡ଼ା ହେଉଛି ଜବରଦଖଲ ସମସ୍ୟା। ଉଛେଦ ବେଳକୁ କିଏ ଅଦାଲତ ଚାଲିଯାଉଛି ତ କେଉଁଠି ପ୍ରଶାସନର ଅବହେଳାରୁ ଉଛେଦ କାମ ଆଗେଇପାରୁନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *