ଭାରତ ସରକାରଙ୍କ ଦକ୍ଷତା ବିକାଶ ନିମନ୍ତେ ଜନ ଶିକ୍ଷଣ ସଂସ୍ଥା ପକ୍ଷରୁ ପରୀକ୍ଷା କାର୍ଯ୍ୟକ୍ରମ

Spread the love

ରାଇରଙ୍ଗପୁର : ରାଇରଙ୍ଗପୁର ଠାରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ନିମନ୍ତେ “ଦକ୍ଷତା ବିକାଶ କେନ୍ଦ୍ର, ଇଚିଣ୍ଡା ପକ୍ଷରୁ, ଜନ ଶିକ୍ଷଣ ସଂସ୍ଥା, ମୟୁରଭଞ୍ଜ ତରଫରୁ ପ୍ରାକ୍ଟିକାଲ, ମୌଖିକ ଓ ଲିଖିତ ପରୀକ୍ଷା ମାନ କରାଯାଇଥିଲା। ଏହି ପ୍ରଶିକ୍ଷଣରେ କେବଳ ବାଉଁଶରୁ ନିର୍ମିତ ବିଭିନ୍ନ ଘର ସାଜସଜ୍ଜା ଜିନିଷ, ସୀନେରୀ, ଫୁଲଦାନୀ, ପେନଷ୍ଟାଣ୍ଡ, କାନ୍ଥ ଝୁଲା ଫଟୋ ଇତ୍ୟାଦି ୧୪୭ ପ୍ରକାରର ଜିନିଷ ତିଆରି ହୁଏ। ଏହାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଜନ ଶିକ୍ଷଣ ସଂସ୍ଥା, ମୟୁରଭଞ୍ଜ ପକ୍ଷରୁ ତ୍ରିମାସିକ ପ୍ରଶିକ୍ଷଣ ଶିବିରରେ ଆଜି ଶେଷ ଦିନରେ ପରୀକ୍ଷା ଆୟୋଜନ ହୋଇଥିଲା। ଏଥିରେ ୮୦ ଜଣ ମହିଳା ପରୀକ୍ଷା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥା ମୟୁରଭଞ୍ଜର ନିର୍ଦେଶକ ଇଂ. ସବ୍ୟସାଚୀ ସାମଲ, ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ହୃଦାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ପ୍ରଶିକ୍ଷିକା ସୁଧାଂଶୁବାଳା ପଟ୍ଟନାୟକ ଓ ଟ୍ରେନର ଜ୍ୟୋତିର୍ମୟୀ ପୃଷ୍ଟି ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଦ୍ଵାରା ମହିଳା ମାନଙ୍କ ଦକ୍ଷତା ବିକାଶ ସହିତ ଆତ୍ମନିର୍ଭରଶୀଳ ହୋଇ ମହିଳା ମାନେ ପରିବାର ପୋଷଣ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ। ଏହି ତାଲିମ ପରେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କର୍ମ ନିଯୁକ୍ତି ପାଇବା ସହ ବ୍ୟାଙ୍କ ଋଣ ମଧ୍ୟ ସହଜରେ ପାଇପାରିବେ ବୋଲି ଶ୍ରୀ ସାମଲ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରୁ ରୀନାମଣି ପ୍ରଧାନ, ଜୟନ୍ତୀ ବେହେରା ଓ ସୋନାଲି ସର୍ଦାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *