ଖୋର୍ଦ୍ଧାରେ ଘରେ ଘରେ ମାତିଲାଣି ଆଖିଧରା ରୋଗ

Spread the love

ଖୋର୍ଦ୍ଧା : ରାଜ୍ୟରେ ଏବେ ଆଖିଧରା ରୋଗ ବ୍ୟାପୁଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଏହି ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ସେହିପରି ଖୋର୍ଦ୍ଧା ସହରଠୁ ଆରମ୍ଭ କରି ଗାଁ ଗାଁରେ ଏହି ଆଖିଧରା ରୋଗ ମାଡ଼ିଗଲାଣି । ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଆଖିଧରା ରୋଗ ହୋଇ ଆଖି ଫୁଲିବା ସହ ନାଲି ପଡ଼ିଯାଉଛି । ଧୀରେ ଧୀରେ ଖୋର୍ଦ୍ଧାର ଘରେ ଘରେ ମାତିଲାଣି ଆଖିଧରା ସଂକ୍ରମଣ ରୋଗ । ଏନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧାବାସୀଙ୍କୁ ଆତଙ୍କିତ ନହୋଇ ସଚେତନ ରହିବା ସହି ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ଏପରିକି ହସପିଟାଲ୍ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଆବଶ୍ୟକ ଔଷଧ ଏବଂ ଆଇ ଡ୍ରପ୍ ନେଇ ଚିକିତ୍ସିତ ହେବାକୁ କୁହାଯାଇଛି । ବର୍ତ୍ତମାନ ଆଖିଧରା ରୋଗ ପ୍ରାୟ ସବୁଆଡେ ବ୍ୟାପିଛି । ଘରେ କାହାର ବି ଆଖି ଧରିବା ଆରମ୍ଭ ହେଲେ ଅନ୍ୟମାନଙ୍କୁ ବ୍ୟାପିବାର ଭୟ ଅନେକ ମାତ୍ରାରେ ଥାଏ । ଆଉ ଗୋଟେ ଘରୁ ଅନ୍ୟ ଘରକୁ ବ୍ୟାପିବା ସହ ଗାଁରୁ ସହରକୁ ଧୀରେ ଧୀରେ ବ୍ୟାପି ଯାଇଥାଏ । ସାଧାରଣତଃ ଏହି ରୋଗ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ବ୍ୟାପିଥାଏ । ଏହା ଭୂତାଣୁ ଜନିତ ହୋଇଥିବାରୁ କ୍ଷିପ୍ର ଗତିରେ ଜଣଙ୍କଠୁ ଅନ୍ୟଜଣଙ୍କୁ ବ୍ୟାପିଥାଏ । ଆକ୍ରାନ୍ତ ବ୍ୟକ୍ତି ପ୍ରାୟତଃ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଇଥାଏ । ଆଖିଧରା ରୋଗ ଅରମ୍ଭରୁ ପ୍ରଥମେ ଆଖିରେ କିଛି ଗୁଣ୍ଡ ପଡ଼ିଲା ଭଳି ଅନୁଭବ କରିବା ସହ ଆଖି ଲାଲ ଦିଶିବା ,ଫୁଲିଯିବା, ପାଣି ଗଡ଼ିବା, ବିନ୍ଧିବା ସହ ଝାପ୍ସା ଦେଖାଯିବ ଓ ଖରାକୁ ବାହାରିଲେ କଷ୍ଟ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ ।

ଏହାର ପ୍ରତିକାର ପାଇଁ ଆକ୍ରାନ୍ତ ବ୍‌ଯକ୍ତି ସହ ନ ମିଶିବା, ରୋଗୀର ରୁମାଲ, ଗାମୁଛି ଇତ୍ୟାଦି ବ୍ୟବହାର ନ କରିବା, କଳା ଚଷମା କିମ୍ବା ଆଖୁକୁ ସମ୍ପୂର୍ଣ ଘୋଡେଇ ରଖୁଥିବା ଚଷମା ବ୍ୟବହାର କରିବା ଦ୍ୱାରା ସଂକ୍ରମଣକୁ ରୋକା ଯାଇପାରିବ । ଏହା ବ୍ୟତୀତ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧକୁ ଆଖିରେ ପକେଇବେ ନାହିଁ । ହଳଦୀ କନାରେ ଆଖି ନ ପୋଛି ସଫା କନା କିମ୍ବା ଚୁମାଲକୁ ଆଖି ପୋଛିବାରେ ବ୍ୟବହାର କରିବା ଉଚିତ । ଆଖି ଧରିଥିବା ଅବସ୍ଥାରେ ମୁଣ୍ଡ ଧୋଇ ଗାଧୋଇବା କିମ୍ବା ବର୍ଷାରେ ଓଦା ହେବା ଉଚିତ ନୁହଁ । ବିନା ପରାମର୍ଶରେ ଔଷଧ ସେବନ କିମ୍ବା ଆଖି ଔଷଧ ବ୍ୟବହାର ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆଖି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *