ଦକ୍ଷିଣକୋରିଆରେ ଭୟଙ୍କର ବନାଗ୍ନି ,ଏକର ଏକର ଜମିରେ ନିଆଁ

ଦକ୍ଷିଣ କୋରିଆରେ ଭୟଙ୍କର ବନାଗ୍ନି ବ୍ୟାପିଥିବା ବେଳେ ଏହାକୁ ନିୟନ୍ରଣ କରିବା ସମ୍ଭବ ହେଉନଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହା  ଦେଶର ଦକ୍ଷିଣାଞ୍ଚଳରେ ଧ୍ୱଂସଲୀଳା ସୃଷ୍ଟି କରିଥିବା ବେଳେ ୨୪ଜଣଙ୍କ ମୃତ୍ୟୁ ଘଟିଛି । ଏହାଶହ ୨୦୦ରୁ ଅଧିକ ନିର୍ମାଣ ନଷ୍ଚ ହେବା ସହ ୨୭,୦୦୦ ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡିଛି । ଏହି ଜଙ୍ଗଲର ଆଖପାଖ ଅଞ୍ଚଳକୁ ବ୍ୟାପିଥିବାରୁ କାରଖାନା ଓ ଯାନବାହାନ ସବୁକିଛି ପୋଡି ଧ୍ୱସ ହୋଇଯାଇଛି । ଏକ ଟେଲିଭିଜନ୍ ଜରିଆରେ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ ଡକ ସୋ କହିଛନ୍ତି ଯେ ଗତ ଶୁକ୍ରବାର ଠାରୁ ଆରମ୍ଭ ହେଇଥିବା ନିଆଁ ଅତ୍ୟଧିକ କ୍ଷତି ପହଞ୍ଚାଉଛି ଯାହା ଫଳରେ ଲୋକେ ଅଧିକ କଲବଲ ହଉଛନ୍ତି । ଏହି ୧୮ ମୃତକଙ୍କ ମଧ୍ୟରେ ୪ ଜଣ ଅଗ୍ନିଶମ କର୍ମଚାରୀ ଏବଂ ସରକାରୀ କର୍ମଚାରୀ ଅଛନ୍ତି । ୧୩୦ ହେଲିକପ୍ଚର ସାହାଯ୍ୟରେ  ନିଆଁ ଲିଭାଇବା ପାଇଁ ୪ ,୬୫୦ ଅଗ୍ନିଶମ କର୍ମଚାରୀ  କାର୍ଯ୍ୟ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *