ପ୍ରସିଦ୍ଧ ତବଲା ଓ ଢୋଲକ ବାଦକ ସୋମନାଥ କେଲାଡୀଙ୍କ ପରଲୋକ

Spread the love

ଜୟପୁର : ସୋମନାଥ କେଲାଡୀଙ୍କ ସ୍ଥାନୀୟ ଉଷା ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଘଟିଛି ପରଲୋକ । ତାଙ୍କ ବିୟୋଗରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଗତ ତିନି ମାସ ହେଲା ସିଏ ପେଟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ଅକସ୍ମାତ ତାଙ୍କ ଶରୀର ଗୁରୁତର ହେବାରୁ ତାଙ୍କୁ ଜୟପୁର ଉଷା ହସପିଟାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ସେ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ଆକାଶବାଣୀର ଵି ହାଇ ଗ୍ରେଡ଼ ତବଲା ଏବଂ ଢୋଲକ ବାଦକ । ଓଡିଶାର ପ୍ରଥମ ଢୋଲକ ଵି ହାଇ ଗ୍ରେଡ଼ ର କଳାକାର । ସେ ଆକାଶବାଣୀର ଵି ହାଇ ଗ୍ରେଡ଼ ତବଲା-୧୯୯୫ ସ୍ଵର୍ଗତ ସୋମନାଥ ଜାତୀୟ ଓ ଅନ୍ତର୍ଜିତୀୟ ପ୍ରୋଗ୍ରାମରେ ସାମିଲ ହୋଇ ବିଜୟ ହୋଇଥିଲେ । ତ୍ରିମୁର୍ତ୍ତି ଓରକେଷ୍ଟ୍ରାରୁ ଢୋଲକ ବଜେଇବା ଆରମ୍ଭ କରି ନିଶି ଝଙ୍କାର, ମିଡି ନାଇଟ ଷ୍ଟାର, କ୍ଲାସିକ ଗ୍ରୁପ ତଥା ବିଭିନ୍ନ ସଂଗୀତ ଅନୁଷ୍ଠାନ ମାନଙ୍କରେ ତବଲା ଢୋଲକ ବଜାଇ ସାରା ଦେଶରେ ନିଜର କଳା ପ୍ରଦର୍ଶନ କରି, ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟଙ୍କ ସମସ୍ତ କ୍ୟାସେଟରେ ବାଦ୍ୟ ସଂଯୋଜନାର ଦାୟିତ୍ଵ ନେଇ କୋରାପୁଟିଆ ଆଦିବାସୀ ବାଦ୍ୟର ଢାଞ୍ଚାକୁ ସାରା ଓଡିଶାରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଆଜି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ତଥା ଜୟପୁର ଓ ଆଖ ପାଖ ଅଞ୍ଚଳର ସମସ୍ତ କଳାକାର ବିଜୟ କୁମାର ସାମନ୍ତରାୟ, ଧିରେନ ମୋହନ ପଟନାୟକ, ସୁଶାନ୍ତ ଅଧିକାରୀ, ନିହାର ମହାନ୍ତି, ତାରିଣୀ ବେହେରା, ତୋଷ ନନ୍ଦ, କିଟୁ ପୂଜାରୀ, ସୁବାଷ ମହାପାତ୍ର, ଉମେଶ ପାଣିଗ୍ରାହୀ, ଶାନ୍ତି ମୋହନ ମହାନ୍ତି, ମିନୁ ମହାନ୍ତି, ଗୌର ନାରାଜ, ଉମାକାନ୍ତ ମହାରଣା, ଶିବ ପଟନାୟକ, ରାମ ନାୟକ, ଧନରାଜ ଖୋସାଲା, ଆକାଶ ସାମନ୍ତରାୟ, ପଞ୍ଚମ ସାମନ୍ତରାୟ, ଅଲିଭରାଜ ଖୋସଲା, ପୀୟୂଷ ପଟନାୟକ, ଭରତ ଚଲାଣ, ରାଜୁ ପାଣିଗ୍ରାହୀ ପ୍ରମୁଖ କଳାକାର ମାନେ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ କରିଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଟେଲିଫୋନ ଯୋଗେ ନିଜର ଶୋକ ବ୍ୟକ୍ତ କରିଥିଲେ ।

ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ଗ୍ଲୋରି ବାଳା କେଲାଡି, ସାନ ଭାଇ ମଦନ କେଲାଡି, ତିନି ପୁଅ ବିକ୍ରମ, ପ୍ରିନ୍ସ, ରାଜା ଆଉ ଏକ ମାତ୍ର ଝିଅ ରାଗିନୀ ଏବଂ ଦୁଇ ବୋହୁ ସହିତ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ଶେଷକୃତ୍ୟ ସ୍ଥାନୀୟ ଚମ୍ପାକୁପଲୀ ଶ୍ମଶାନରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *