୨୫ ଏକର ଜମିରେ ପିଆଜ ଚାଷ

ସ୍ୱାଭିମାନ ଅଞ୍ଚଳରେ ଏବେ ଚାଷୀ କରୁଛନ୍ତି ପିଆଜ ଚାଷ। ସ୍ୱାବଲମ୍ବୀ ହେବା ସହ ଅଧିକ ରୋଜଗାର କ୍ଷମ ହେବା ପାଇଁ ରଖିଛନ୍ତି ଆଶା। ଓଡିଶା ଜୀବିକା ମିଶନ ଓ ମାଲକାନଗିରି ଆଇଟିଡିଏ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆ ଯାଉଛି ସମସ୍ତ ସହାୟତା। ଏହା ହେଉଛି ସ୍ୱାଭିମାନ ଅଞ୍ଚଳର ବଡପୋଡ଼ା ପଞ୍ଚାୟତ ସ୍ଥିତ ମୁତାଆମ୍ବ ଗ୍ରାମରେ।ଏହି ଗ୍ରାମରେ ପୂର୍ବରୁ ଏହି ଅଞ୍ଚଳରେ ଧାନ, ମାଣ୍ଡିଆ, ହଳଦୀ ଆଦି ଚାଷ କରୁଥିଲେ ଚାଷୀ ହେଲେ ଏବେ ପିଆଜ ଚାଷ କରିବାକୁ ମନ ବୋଳାଇଛନ୍ତି ଚାଷୀ ଓ ଅଧିକ ଦୁଇ ପଇସା ଲାଭ କରି ପରିବାର ପ୍ରତିପାଷଣ କରିବାକୁ ଆଶା ରଖିଛନ୍ତି ଆଶା ଚାଷୀ । ଅର୍ଣାଭାଟା,ବଡପଡା,କର୍ଲାମାଳ ଆଦି ଗ୍ରାମରେ ୭ଏକର ଜମିରେ ପିଆଜ ଚାଷ କରିଥିବା ବେଳେ ଚାଷୀ ମାନଙ୍କୁ ଜମିରେ ମାଲକାନଗିରି ଆଇଟିଡିଏ ତରଫରୁ ବୋରୱେଲ ସହ ପାଇପ ଓ ଜମିରେ ପାଣି ସିଞ୍ଚନ ଯନ୍ତ୍ର ଯୋଗାଇ ଦିଆ ଯାଇଛି। ସେଭଳି ଉଦ୍ୟାନ ବିଭାଗ ତରଫରୁ ପିଆଜ ଚାରା ଯୋଗାଇ ଦିଆ ଯାଇଥିବା ବେଳେ ଓଡିଶା ଜୀବିକା ମିଶନ ତରଫରୁ ସାର ସହ କିଭଳି ଜମିରେ ପିଆଜ ଚାଷ କରାଯିବ ଏବଂ ଅମଳ କରାଯିବ ତାହାର ପ୍ରଶିକ୍ଷଣ ଦେଉଛନ୍ତି ଅଧିକାରୀ ଓ କର୍ମଚାରୀ। ଏହାକୁ ନେଇ ଚାଷୀ ମାନେ ଖୁସି ହୋଇଥିବା ବେଳେ ଏଭଳି ଯଦି ସରକାର ସହାୟତା କଲେ ଆଗାମୀ ଦିନରେ ଆହୁରି ଅଧିକ ପନୀପରିବା ଚାଷ କରିବାକୁ ଇଚ୍ଛା ରଖିଛନ୍ତି ଚାଷୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *