ଅପରାଧଓଡ଼ିଶା

ଘରୋଇ ବିଶ୍ବବିଦ୍ୟାଳୟରେ ଛାତ୍ର- ବାଉନ୍ସର ଲଢେଇ

ଭୁବନେଶ୍ବର: ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ବାଉନ୍ସର ଲଢେଇ। ଛାତ୍ରଙ୍କୁ ବାଉନସର ମାଡ ମାରିବାକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି। ବିଶ୍ବବିଦ୍ୟାଳୟରେ ବାଉନସରଙ୍କ ନିଯୁକ୍ତିକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ୩ ଜଣ ଛାତ୍ରଙ୍କୁ ମଦ ପିଇ ବାଉନ୍ସର ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ସେପଟେ ଛାତ୍ରଙ୍କ ପାଲଟା ଆକ୍ରମଣରେ ବାଉନସର ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।

ଉଭୟ ପକ୍ଷ ଗୋଟିଏ ବିଶ୍ବବିଦ୍ୟାଳୟର ହୋଇଥିବା ବେଳେ ଏକ ଭିଡିଓ ଭାଇରାଲ ହେବାରୁ କଥା ସମ୍ନାକୁ ଆସିଛି।  ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ରାତିରେ ଛାତ୍ର ଓ ବାଉନସରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏମିତି ହେଲା କି ଏଥିରେ ଉଭୟ ପକ୍ଷରୁ ଆହତ ହୋଇଛନ୍ତି। ଛାତ୍ରଙ୍କୁ ମଦ୍ୟପ ବାଉନରଙ୍କ ଆକ୍ରମଣରେ ବିଶ୍ବବିଦ୍ୟାୟରେ ଦେଖାଦେଇଛି ଉତ୍ତେଜନା। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିଜର ନିରାପତ୍ତାକୁ ନେଇ ଶନିବାର ଦିନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଗେଟ ଆଗରେ ଧାରଣାରେ ବସିଥିଲେ।

ମାଡ଼ ଖାଇଥିବା ୩ ଛାତ୍ରଙ୍କ ଭିତରୁ ଜଣଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। କିଛି ଦିନ ହେବ ଛାତ୍ର ଓ ବାଉନ୍ସରଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ତକାତକି ପରିସ୍ଥିତି। ତେବେ ଗତକାଲି ରାତିରେ ବାଉନସର  ମଦ ପିଇ ନିଶାସକ୍ତ ଅବସ୍ଥାରେ ଛାତ୍ରଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ  କର୍ତ୍ତୃପକ୍ଷଙ୍କ ଆଗରେ ଫେରାଦ୍ ହେବାକୁ କହିବାରୁ କୁଆଡ଼େ ଏହାକୁ ବି ଖାତିର୍ କରିନଥିଲେ ବାଉନ୍ସର। ଓଲଟା ଛାତ୍ରଙ୍କୁ  ଆକ୍ରମଣ କରିଥିଲେ ବୋଲି ଆହତ ଛାତ୍ର କହିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଯେଉଁମାନେ ସଂପୃକ୍ତ ଥିବେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ସହ ଆଲୋଚନା କରି ଏହାର ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button