ଓଡ଼ିଶା

ଧାନର ଅଭାବୀ ବିକ୍ରୀ ନ ହେବ ସେନେଇ ଅର୍ଥମନ୍ତ୍ରୀଙ୍କ ପରାମର୍ଶ

ସୁବର୍ଣ୍ଣପୁର: ପାଖେଇ ଆସୁଛି ଧାନ ଅମଳ ସମୟ । ସୁବର୍ଣ୍ଣପୁରରେ ଚଳିତ ଖରିଫ ଋତୁରେ ପାଗ ଅନୁକୂଳ ଥିବାରୁ  ରେକର୍ଡ଼ ସଂଖ୍ୟାରେ ଧାନ ଉତ୍ପାଦନ ହେବା ଆଶା କରାଯାଇଛି  ।ଏନେଇ ଆସନ୍ତା ନଭେମ୍ବର ୩୦ ତାରିଖରେ  ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଧାନର ଅଭାବୀ ବିକ୍ରୀ ନ ହେବ ଏବଂ ଚାଷୀ ଠିକ ସମୟରେ ତାଙ୍କର ପ୍ରାପ୍ୟ ପାଇବେ ସେନେଇ ଅର୍ଥମନ୍ତ୍ରୀ ଜିଲ୍ଲା ପ୍ରଶାସନଙ୍କୁ ପରାମର୍ଶ ଦେଇଛନ୍ତି  । ସେପଟେ କଟନି , ଛଟନି ଓ ଟୋକେନ ସମସ୍ୟା ପାଇଁ ଚାଷୀ ହତାଶ ହେଉଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଧାନ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ହୋଇଥିବା ବେଳେ, ଏହି ଜିଲ୍ଲାରେ ଏତେ  ଧାନ ଉତ୍ପାଦନ ହୁଏ ଯେ ଏହାକୁ ଓଡିଶାର ଭାତ ହାଣ୍ଡି କୁହାଯାଏ  । ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୩୦ ରୁ ଧାନ କ୍ରୟ କରାଯିବ । ଜିଲ୍ଲାର ୧୦୧ଟି ସୋସାଇଟି ଜରିଆରେ ଜିଲ୍ଲାର ୧୦୭ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ l ଖରିଫ  ଧାନ କ୍ରୟ  ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ ପରେ ଜଣାପଡିବ l ଚଳିତ ବର୍ଷ ଏଫଏକ୍ୱି ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୯୪୦ /-ଟଙ୍କା ରହିଥିବା ସୂଚନା ଦିଆଯାଇଛି l ମଣ୍ଡି ଗୁଡିକ ରବିବାର ବ୍ୟତୀତ  ସପ୍ତାହକ ୬ଦିନ ଖୋଲା ରହିବା ସହ ସକାଳ ୭ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ l ଖରିଫ ଧାନ କ୍ରୟକୁ ସୁ ବ୍ୟବସ୍ଥିତ କରାଯିବlକୁ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ ଖରିଫ  ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୫୫୨୩ଜଣ ଚାଷୀ ପଂଜିକୃତ କରିଛନ୍ତି। ପାନୀୟଜଳ, ବିଜୁଳି, ତାରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟକୁ ସୁବିଧାରେ କରିପାରିବ ଏନେଇ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି । ପ୍ରତିବର୍ଷ ଜିଲ୍ଲାରେ ଟୋକନ ସମସ୍ୟା ଲାଗିରହୁଥିବାରୁ ଚଳିତ ଥର ଚାଷୀ ଠିକ ସମୟରେ ଟୋକନ ପାଇପାରିବେ  । ଏପରିକି ମଣ୍ଡିମାନଙ୍କରେ କଟନୀ ଓ ଛନଟୀ ବନ୍ଦ କରିବାକୁ ଚାଷୀମାନେ ଦାବି କରିଛନ୍ତି  ।

ପ୍ରତିବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ କିଭଳି ଧାନ କିଣା ପ୍ରକ୍ରିୟା ଚାଲୁଛି ଆଗକୁ ଦେଖିବାକୁ ବାକି ରହିଲା ।

 ଗଣପତି ବାଘଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button