କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

Spread the love

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ରେଳ ପଥ ଅଧୀନରେ ଥିବା ରୁପସା ରେଳ ଷ୍ଟେସନ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା । ଆଜି ସକାଳେ ଏହି ଟ୍ରେନ ରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟ ପାଣି ପକାଇ ନିଆଁକୁ ଆୟତ କରିଥିଲେ ।  

Leave a Reply

Your email address will not be published. Required fields are marked *