ଭୁବନେଶ୍ୱର ଆରଏମ୍‌ଆରସି ପରିସରରେ ଅଗ୍ନିକାଣ୍ଡ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି ।ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇ ନ ଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଅଗ୍ନିକାଣ୍ଡ ହୋଇଥିବା ଷ୍ଟୋରରୁମରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା । ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଆରଏମଆରସିରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ ନିଆଁ ଲାଗିବା ପରେ ଅଗ୍ନିଶମବାହିନୀଙ୍କୁ ଜଣାଇଥିଲୁ । ସେମାନେ ସଙ୍ଗେ ସଙ୍ଗେ ପହଂଚି ଯାଇଥିଲେ । ଏହି ଷ୍ଟୋର ରୁମ୍‌ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା । ବହୁ ପରିମାଣରେ କାଗଜ ପେଟି, ନଷ୍ଟ ହୋଇସାରିଥିବା ପ୍ଲାଷ୍ଟିକ୍ ଜିନିଷ, ଅବ୍ୟବହୃତ ଟେବୁଲ ଓ ଚୌକି ଆଦି ଏଠାରେ ଥିଲା । ପ୍ଲାଷ୍ଟିକ ଜିନିଷ ଗୁଡ଼ିକ ଥିବାରୁ ନିଆଁ ଲିଭାଇବାକୁ ଟିକେ ଅଧିକ ସମୟ ଲାଗିଥିଲା ।

Leave a Reply

Your email address will not be published. Required fields are marked *