ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି : ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଲଗାଣ ବର୍ଷା ପରେ ଏବେ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖାର ବନ୍ୟା ଜଳରେ ଏବେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ଗାଁ ଗାଁରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି। ବାଲେଶ୍ଵର ଜିଲ୍ଲାର ବାଲିଆପାଳ, ଭୋଗରାଇ , ଜଳେଶ୍ଵର ଏବଂ ବସ୍ତା ବ୍ଲକର ଶହ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ଜରୁରୀକାଳୀନ ସାମଗ୍ରୀ ଆଣିବାକୁ ଲୋକ ଡଙ୍ଗାରେ ଯାଆସ କରୁଛନ୍ତି। ଏପରିକି ଚାଷ ଜମି ଗୁଡିକ ମଧ୍ୟ ପାଣିରେ ବୁଡି ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖ , ବୁଢାବଳଙ୍ଗ ଓ ଜଳକା ନଦୀ। ଫଳରେ ନଦୀକୁଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ସେପଟେ ମୟୁରଭଞ୍ଜରେ ଭୀଷଣ ବର୍ଷା ଯୋଗୁଁ ମୋରଡା, ଶୁଳିଆପଦା, ଚିତ୍ରୋଡା ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରଇ ଆସି ବଡସାହି ବ୍ଲକ ବିମଦା ପଞ୍ଚାୟତ ର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡିବନ୍ଧ ଭାଙ୍ଗିଯାଇଛି। ଯାହାଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଅନ୍ୟପଟେ ଆଜି ଆକାଶ ମାର୍ଗରୁ ବାଲେଶ୍ଵରର ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *