ବନ୍ୟାରେ ବେହାଲ ରାଜଧାନୀ

Spread the love

ଭୁବନେଶ୍ବର: ବନ୍ୟାରେ ବେହାଲ ହୋଇପଡିଛି ରାଜଧାନୀ l ସୁନ୍ଦରପଦା ଅଞ୍ଚଳର ଅଧିକାଂଶ ଘର ଏବେ ବି ପାଣିଘେରରେ ରହିଛି । ବିନା ପାଣି ବିଜୁଳିରେ ବିତିଗଲାଣି ୫ରୁ ୬ ଦିନ । ସେପଟେ ପ୍ରଶାସନିକ ସ୍ତରରେ କିଛି କାଂଶରେ ଜନସାଧାରଣଙ୍କ ପାଇଁ ସାହାଯ୍ୟ କରାଯାଉଥିଲେ ବି ଯଦି କୌଣସି ସାମଗ୍ରୀ ଆବଶ୍ୟକ ପଡୁଛି, ତେବେ ବାରମ୍ୱାର ଅଣ୍ଟାଏ ଅଣ୍ଟାଏ ପାଣିରେ ପଶି ଯିବାକୁ ପଡୁଛି l

ଆଣ୍ଠୁଏ ଆଣ୍ଠୁଏ ପାଣି l ଘରେ ପାଣି, ବାହାରେ ପାଣି l ସୁନ୍ଦରପଦା ଅଞ୍ଚଳକୁ କବଳିତ କରିଛି ବନ୍ୟା ଜଳ l  ୫-୬ ଦିନ ହେବ ନା ଘରେ  କରେଣ୍ଟ ଅଛି ନା ପାଣି ଅଛି । ଛୋଟ ଛୋଟ ପିଲାମାନଙ୍କ ପାଠପଢା ମଧ୍ୟ ଠପ ହୋଇଯାଇଛି l ସାରା  ରାଜ୍ୟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ପ୍ରାୟ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି l ବିଭିନ୍ନ ସମସ୍ୟା ଥିବାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇପାରିନାହାନ୍ତି କିଛି ଜନସାଧାରଣ l ସବୁଠୁ ବଡ଼ କଥା ନର୍ଦ୍ଦମା  ପାଣି  ଏବେ ଘରେ  ପଶିବା  ଆରମ୍ଭ କରିଛି । ଆଉ ସେହି ଅପରିଷ୍କାର ପାଣିରେ  ହିଁ ଲୋକେ ବାଧ୍ୟ  ହୋଇ ଯାତାୟତ  କରୁଛନ୍ତି  । ଯାହା ଆଗାମୀ ଦିନରେ ସେଠାକାର ଜନସାଧାରଣଙ୍କୁ ରୋଗରେ ପକାଇପାରେ l

ରାତି ହେଲେ ଜଳ ଘେରରେ ଥିବା ଜନସାଧାରଣ ଙ୍କ ଚିନ୍ତା ଦ୍ବିଗୁଣିତ ହେଉଛି । କାହିଁକି ନା ଘର ଭିତରେ ଓ ବାହାରେ ସାପ ଓ ଅନ୍ୟ ଜଳଚର ପ୍ରାଣୀଙ୍କ ପ୍ରତି ଭୟ ରହିଛି l ଅନ୍ୟପଟେ ଏହି ଆପାର୍ଟମେଣ୍ଟ ଭିତରେ ରୋଗୀ ଅଛନ୍ତି, ହେଲେ ସେମାନେ ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲକୁ ଯାଇପାରୁନାହାନ୍ତି l ଅନ୍ୟପଟେ ପଂଚାୟତ ସ୍ତର ରେ ଏହି ଜଳବନ୍ଦୀରେ ଥିବା ଜନସାଧାରଣଙ୍କ ପାଇଁ ପାଣି ପାଉଚର ବ୍ୟବସ୍ଥା କରାଯାଇ ସେମାନଙ୍କୁ ଯୋଗାଇ ଦିଆଯାଉଛି l

ତେବେ ୫ -୬ଦିନ ହେବ ଲୋକେ ବହୁ ଅସୁବିଧାରେ ଦିନ କାଟୁଥିବାବେଳେ ପୁଣିଥରେ  ବର୍ଷା କଥା ଶୁଣି ଚିନ୍ତାରେ ପଡିଛନ୍ତି ରାଜଧାନୀବାସୀ…

Leave a Reply

Your email address will not be published. Required fields are marked *