ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଗିରଫ

Spread the love

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଦିନ ଭିଜିଲାନ୍ସ ଗିରଫ କରିଛି । ସେ ତାଙ୍କ ଆୟ ଠାରୁ ୧୪୫% ଅଧିକ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଜୟନ୍ତୀ ବେହେରାଙ୍କର ବାଲେଶ୍ୱରରେ ୩ ଟି ବହୁତଳ କୋଠା, ଭୁବନେଶ୍ୱରରେ ୨ ଟି ଫ୍ଲାଟ୍ ,୮ଟି ପ୍ଳଟ , ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ସହିତ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ଠାବ କରାଯାଇଛି । ତାଙ୍କର ଗୋଟିଏ ୪ ଚକିଆ ଯାନ ଓ ୨ଟି ଦୁଇ ଚକିଆ ଯାନ ରହିଛି । ତାଙ୍କ ଠାରୁ ୨କେଜି ୧୧୨ ଗ୍ରାମ ରୁପା ଅଳଙ୍କାର ସହିତ ୭ ଲକ୍ଷ ୩୯ ହଜାର ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଘରୋଇ ଉପକରଣ ପାଇଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *