ଓଡ଼ିଶା

ଫ୍ୟାନ ବେରିଂରେ ଗାନ୍ଧୀ

ବ୍ରହ୍ମପୁର: ଫ୍ୟାନ ବ୍ୟାରିଙ୍ଗରେ ନିର୍ମିତ ହୋଇଛି ଗାନ୍ଧୀ । ତେବେ ଏଭଳି ଏକ ନିଆରା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ଗାନ୍ଧୀଙ୍କ ଏହି ମୂର୍ତ୍ତିଟିର ଉଚ୍ଚତା ୬ ଫୁଟ ରହିଥିବା ବେଳେ ଏଥିରେ ୧୬୦୦ ଫ୍ୟାନ ବେରିଙ୍ଗକୁ ବ୍ୟବହାର କରାଯାଇଛି । ପ୍ରାୟ ୧୦୦ କିଲୋ ରହିଛି ଏହି ମୂର୍ତ୍ତି ।

ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନୂଆ କଳାକୃତି । ଏହାକୁ ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହେବ । ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତିଟି ସମ୍ପୂର୍ଣ୍ଣ ରୂପେ ଫ୍ୟାନ ବ୍ୟାରିଙ୍ଗରେ ନିର୍ମିତ ହୋଇଛି । ଶିଳ୍ପ ତାଲିମ ଅନୁଷ୍ଠାନର ଓ୍ବେଲଡ଼ର, ପେଣ୍ଟର ଏବଂ ଫିଟର ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ ଏହି ମୂର୍ତ୍ତିକୁ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତିରେ ବ୍ୟବହାର ହୋଇଛି ୧୬୦୦ରୁ ଅଧିକ ବ୍ୟାରିଙ୍ଗ । ଏହାକୁ ନିର୍ମାଣ କରିବାକୁ ୧୫ ଦିନ ଲାଗିଥିଲା। ପୂର୍ବରୁ ବିଭିନ୍ନ ପ୍ରକାରର ଲୁହା ସାମଗ୍ରୀରେ ଅନେକ କଳାକୃତି ନିର୍ମାଣ କରାଯାଇଥିବା ବେଳେ ପ୍ରଥମ ଥର ନିମନ୍ତେ ଏଭଳି ଫ୍ୟାନ ବ୍ୟାରିଙ୍ଗରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି । ଏହି ମୂର୍ତ୍ତିକୁ ନିର୍ମାଣ କରି ବେଶ ଶିକ୍ଷା ଲାଭ କରିଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଫ୍ୟାନ ବ୍ୟାରିଙ୍ଗ ଗୁଡ଼ିକୁ ସଂଗ୍ରହ କରିବା ପରେ ଗାନ୍ଧୀଜୀଙ୍କ ମୂର୍ତ୍ତି ନିମନ୍ତେ ଏକ ଚିତ୍ର ନିର୍ମିତ କରାଯାଇଥିଲା । ଏହାପରେ ତିନି ଟ୍ରେଡ଼ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ମୂର୍ତ୍ତି ନିର୍ମାଣ କରାଯାଇଛି । ବର୍ତ୍ତମାନ ଫ୍ୟାନ ବ୍ୟାରିଙ୍ଗରେ ମୂର୍ତ୍ତିର ସମସ୍ତ କାର୍ଯ୍ୟ ଶେଷ ହୋଇଛି ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

,

Leave a Reply

Your email address will not be published.

Back to top button