ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା: କର୍ଫ୍ୟୁ ଜାରି

Spread the love

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା। ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ । ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି। କର୍ଫ୍ୟୁରେ ଦୋକାନ ବଜାର ଓ ସ୍କୁଲ କଲେଜ ସବୁ ବନ୍ଦ ରହିବ। ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ କଲା ପୋଲିସ ପ୍ରଶାସନ।

ବାଲେଶ୍ୱର ସଦର ସୁନହଟ ଅଞ୍ଚଳରେ ଗତକାଲି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି । କିଛି ଘରେ ହିଂସାକାରୀମାନେ ନିଆଁ ଲଗାଇଦେଇଥିବା ବେଳେ ଗାଡି ଭଙ୍ଗା ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *