Ganjam

ଗୌରୀଆମ୍ମା ଯାତ୍ରା ବୈଠକ

ଗଞ୍ଜାମ: ଗୌରୀଆମ୍ମା ଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀ ଓ ଯାତ୍ରା କମିଟିର ମିଳିତ ବୈଠକ ।ଗଞ୍ଜାମ ଜିଲ୍ଲା ପୋଲସରା ସହରର ପ୍ରସିଦ୍ଧ ମା’ଗୌରୀଆମ୍ମା ଯାତ୍ରା। ଚଳିତ ବର୍ଷରେ ମା”ଙ୍କର ଯାତ୍ରା କରିବା ପାଇଁ ପୋଲସରା ସ୍ଥିତ ମା”ରତନେଇ ଠାକୁରାଣୀ ମନ୍ଦିରରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଭାପତି ସୂର୍ଯ୍ୟନାରାୟଣ ଆଚାରୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୋଲସରା ସହରର ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବା ନିମନ୍ତେ ଶ୍ରମମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୋଲସରା ସହରରେ ପ୍ରସିଦ୍ଧ ଗୌରୀଆମା ଯାତ୍ରା ଚଳିତ ମାସ ୧୪ ତାରିଖରେ ଆରମ୍ଭ ହୋଇ ଆସନ୍ତା ମାସ ୧୨ ତାରିଖରେ ଶେଷ ହେବ।

Related Articles

Leave a Reply

Your email address will not be published.

Back to top button