ନାବାଳକ ସ୍କୁଟି ଚାଳକକୁ ଧରିଲା ପୋଲିସ, ୨୫ ହଜାର ଟଙ୍କା ଚାଲାଣ କାଟିଲା 

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଟ୍ରାଫିକ୍ ଛକରେ ଆଜି ବେଆଇନ ଭାବେ ସ୍କୁଟି ଚଳାଉଥିବା ଜଣେ ନାବାଳକକୁ ପୋଲିସ ଧରି ୨୫ ହଜାର ଟଙ୍କା ଚାଲାଣ କାଟିଛି । ରମ୍ଭା ଥାନା ଅନ୍ତର୍ଗତ ସୁବୁଳିଆ ଗ୍ରାମର ନବମ ଶ୍ରେଣୀର ଛାତ୍ର ସ୍କୁଟି ଚଳାଉଥିବା ବେଳେ ତାକୁ ପୋଲିସ ଧରିଥିଲା । ତା ନିକଟରୁ ଏହି ସ୍କୁଟି ଜବତ କରାଯିବା ସହ ୨୫ ହଜାର ଟଙ୍କାର ଏକ ଚାଲାଣ ନାବାଳକଙ୍କ ପିତାଙ୍କ ନାମରେ କଟାଯାଇଥିବା ଜଣାପଡିଛି । ୨୫ ହଜାର ଟଙ୍କା ପଇଠ କରିବା ପରେ ସ୍କୁଟିଟିକୁ ଫେରସ୍ତ କରାଯିବ ବୋଲି ପୋଲିସ କହିଛି । 

Leave a Reply

Your email address will not be published. Required fields are marked *