ସାପ କାମୁଡାରେ ଜଣେ ଚାଷୀ ମୃତ

Spread the love

ଗଞ୍ଜାମ: ଗଞ୍ଜାମ ବାଲିପଦର ନୁଆଁସାହିରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣେ ଚାଷିଙ୍କ ମୃତ୍ୟୁ ଘଟିଛି। ମୃତକ ସନ୍ତୋଷ ପଲେଇ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସନ୍ତୋଷ ସକାଳୁ ସକାଳୁ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ଏକ ବିଷାକ୍ତ ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା। ଘଟଣାସ୍ଥଳରେ ସେ ଅଚେତ ଅବସ୍ଥାରେ ଟଳିପଡିଥିଲେ। ଚାଷଜମିରେ କାମ କରୁଥିବା କିଛି ଚାଷୀ ତାଙ୍କୁ ଅଚେତ ଅବସ୍ଥାରେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବୁଗୁଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *