କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

Spread the love

ଗଞ୍ଜାମ : ଦିଗପହଣ୍ଡି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମ୍ ଖମାରୀଗାଁ ନିକଟ ସାଗରପଲ୍ଲୀ ନାଳରେ ଗାଧୋଇବା ସମୟରେ ଟୁକୁନା ବେହେରା ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ମାସକ ମଧ୍ୟରେ ଏପରି ଦୁଇ ଜଣଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଜଣାପଡିଛି । ଘୋଡାହାଡ଼ ଡ୍ୟାମ୍ ରୁ ଏହି କୁମ୍ଭୀରଟି ଆସି ସାଗରପଲ୍ଲୀ ନାଳରେ ବିଚରଣ କରୁଥିବା ଜଣାପଡିଛି । ନାଳରେ କୁମ୍ଭୀର ଥିବା ଖବର ପ୍ରଚାରିତ ହେବା ପରେ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ କୁମ୍ଭୀରଟିକୁ ଧରି ଘୋଡ଼ାହାଡ଼ ଡ୍ୟାମ୍ ରେ ଛାଡିବେ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି । 

Leave a Reply

Your email address will not be published. Required fields are marked *