ବ୍ରହ୍ମପୁର ରେଳ ଷ୍ଟେସନ ମୋଟର ସାଇକେଲ ଷ୍ଟାଣ୍ଡରେ ଅବ୍ୟବସ୍ଥା

ଗଞ୍ଜାମ : ଭାରତୀୟ ବିକାଶ ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସନ୍ତୋଷୀମା କଲ୍ୟାଣ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ସୁରେନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଥିଲେ ଯେ, ବେନିୟମ ଭାବେ ପୂର୍ବତଟ ରେଲୱେର ବ୍ରହ୍ମପୁର ରେଳ ଷ୍ଟେସନ ମୋଟର ସାଇକେଲ ଷ୍ଟାଣ୍ଡରୁ ୨୪ ଘଂଟା ପାଇଁ ୨୪ ଟଙ୍କା, ୧୨ ଘଂଟା ପାଇଁ ୧୨ ଟଙ୍କା ଏବଂ ଏକ ଘଂଟା କିମ୍ୱା ଦୁଇ ଘଂଟା ପାଇଁ ୧୨ ଟଙ୍କା ଆଦାୟ କରୁଛନ୍ତି । ଭୁବନେଶ୍ୱର, କଟକ, ସମ୍ବଲପୁର, ଜଟଣୀ, ବାଲୁଗାଁ, ବାଲେଶ୍ୱର, ଭଦ୍ରକ ଇତ୍ୟାଦି ମୋଟର ସାଇକେଲ ଷ୍ଟାଣ୍ଡରେ ୨୪ ଘଂଟା ପାଇଁ ୧୨ ଟଙ୍କା ଏବଂ ୧୨ ଘଂଟା ପାଇଁ ୬ ଟଙ୍କା ହିସାବରେ ଷ୍ଟାଣ୍ଡ ଫିସ ଆଦାୟ ହେଉଥିବା ବେଳେ ବ୍ରହ୍ମପୁରରେ ଦୈନିକ ୨୪ ଘଂଟା ପାଇଁ ୨୪ ଟଙ୍କା କାହା ସ୍ୱାର୍ଥରେ ଆଦାୟ କରାଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ଭାରତୀୟ ବିକାଶ ପରିଷଦ । କାରଣ ବ୍ରହ୍ମପୁର ରେଳ ବିଭାଗ ଦ୍ୱାରା ଷ୍ଟାଣ୍ଡ ରେ ଗୋଟିଏ ମଧ୍ୟ ସେଡ଼ ବାଇକ ରହଣି ପାଇଁ ନିର୍ମାଣ କରାଯାଇନାହିଁ । ବର୍ଷ ତମାମ ୩୬୫ ଦିନ ଶୀତ, କାକର, ଖରା ଓ ବର୍ଷାରେ ମୋଟରସାଇକେଲ ଗୁଡିକ ରଖାଯାଉଥିବାରୁ ଏସବୁ ନଷ୍ଟ ହୋଇଯାଉଛି । ସ୍ଥାନ ଅଭାବରୁ ଗାଡି ଗୁଡିକ ଭିଡରେ ଷ୍ଟାଣ୍ଡରୁ ବାହାର କରିବା ବେଳେ ଗାଡିକୁ ଗାଡି ଘଷି ହୋଇ ଭାଙ୍ଗିବା ସହିତ ରଙ୍ଗ ମଧ୍ୟ ନଷ୍ଟ ହେଉଛି । ଏଥିପାଇଁ ରେଳ ବିଭାଗ ନା କଂଟ୍ରାକ୍ଟର କ୍ଷତି ଭରଣା କରୁନାହାନ୍ତି, ତେଣୁ କ୍ଷତି ବାବଦକୁ ଟଙ୍କା ଦେଉନାହାନ୍ତି କି ମରାମତି କିମ୍ବା କଲର କରୁନାହାନ୍ତି, ଠିକାଦାର ଧମକ ଦେଇ କହୁଛି ଆମ୍ଭ ଇନ୍ସୁରାନ୍ସ ଷ୍ଟାଣ୍ଡରେ ମୋଟର ସାଇକେଲ କ୍ଷତି ପାଇଁ କରିନାହୁଁ ଓଲଟା କର୍ମଚାରୀଙ୍କ ଦ୍ୱାରା ମାଡ଼ ମାରିବା ଧମକ ସହିତ ଜିଆରପିରେ ମିଥ୍ୟା କେସ କରିବା ପାଇଁ ଧମକ ଦେଉଛନ୍ତି ।

ତେଣୁ ସେକ୍ରେଟାରୀ, ଚେୟାରମେନ ରେଲୱେ ବୋର୍ଡ଼, ନୂଆଦିଲ୍ଲୀ, ପ୍ରମୁଖ ଶାସନ ସଚିବ ବାଣିଜ୍ୟ ଓ ଗମନା ଗମନ ବିଭାଗ ଓଡିଶା ସରକାର, ଭୁବନେଶ୍ୱର, ଜୋନାଲ ମ୍ୟାନେଜେର ପୂର୍ବତଟ, ଭୁବନେଶ୍ୱର ଓ ଡିଭିଜନଲ ମ୍ୟାନେଜର ଖୋର୍ଦ୍ଧା ରୋଡକୁ ତୁରନ୍ତ ପ୍ରତ୍ୟାହାର କରି ଷ୍ଟାଣ୍ଡ ରହଣି ଫିସ ହ୍ରାସ କରାଯିବା ପାଇଁ ଦାବି ପତ୍ର ମେଲ ଓ ଡାକ ମାଧ୍ୟମରେ ପ୍ରେରଣ କରି ଦାବି କରାଯାଇଛି । ଯଦି ଦାବି ପତ୍ର ପ୍ରାପ୍ତିର ତିନି ଦିନ ମଧ୍ୟରେ ବର୍ଦ୍ଧିତ ଫିସ ପ୍ରତ୍ୟାହାର କରାନଯାଏ ତେବେ ଏନେଇ କୋର୍ଟର ଆଶ୍ରୟ ନେବା ସହିତ ରେଳ ବିଭାଗର ବେପରୁଆ ମନୋଭାବ ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ । ଯଦି ଏଥିରେ କୌଣସି ଧନ ଓ ଜୀବନ ନଷ୍ଟ ହୁଏ ଜୋନାଲ ମ୍ୟାନେଜେର ଓ ଡିଭିଜନାଲ ମ୍ୟାନେଜେର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ।

ଏହି ସମ୍ମିଳନୀରେ ରାଜେନ୍ଦ୍ର ଦଳବେହେରା, କାମେଶ୍ୱର ରାଓ, ଗୁରୁଚରଣ ପାତ୍ର, ଶରତ ଚନ୍ଦ୍ର ପଣ୍ଡା, ଗୁରୁଦେବ ବେହେରା, ଏମ. ଜଙ୍ଘମୟା, ଭୀମ ବେହେରା, ସୂର୍ଯ୍ୟନାରାୟଣ ବେହେରାଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ବୋଲି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *