ଦରଦାମ ବୃଦ୍ଧି ଯୋଗୁଁ ଅଙ୍ଗନବାଡିରେ ପୃଷ୍ଟିକର ଖାଦ୍ୟଯୋଗାଣ ବାଧାପ୍ରାପ୍ତ

Spread the love

ଗଞ୍ଜାମ : ବର୍ତ୍ତମାନ ରାଜ୍ୟରେ ଅଣ୍ଡା, ଡାଲି, ତେ ଲଓ ପନିପରିବା ଦର ହୁ ହୁ ହୋଇ ବଢିଚାଲିଥିବାରୁ ନିର୍ଦ୍ଧାରିତ ଓ ସରକାରଙ୍କ ସ୍ଥିରିକୃତ ଅନୁଦାନରେ ଅଙ୍ଗନବାଡି କର୍ମୀ ମାନେ କେନ୍ଦ୍ରରେ ଶିଶୁ ଓ ମହିଳାମାନଙ୍କୁ ପୃଷ୍ଟିକର ସୁଖିଲା ଓ ରନ୍ଧାଖାଦ୍ୟ ବିତରଣ କରିବାକୁ ସକ୍ଷମ ହେଉନାହାନ୍ତି । ଦୀର୍ଘ ଦିନହେଲା ସରକାରଙ୍କ ପକ୍ଷରୁ ଖାଦ୍ୟପାଇଁ ଅନୁଦାନ ବୃଦ୍ଧି କରାଯାଇନଥିବାରୁ ଅଙ୍ଗନବାଡି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ହିତାଧିକାରୀମାନେ ମଧ୍ୟ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ନପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସରକାର ତୁରନ୍ତ ଏଥିପାଇଁ ଅନୁଦାନ ବୃଦ୍ଧି ନକଲେ ଗଞାମ ଜିଲାରେ ପୁଣି ଙ୍ଗନବାଡି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ଆସିବାର ସମ୍ଭାବନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *