Ganjam

ବଜାରରେ ଫର୍ମୋଲିନ ମିଶା ମାଛ ବିକ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବହୁଳ ମାତ୍ରାରେ ମାଛରେ ଫର୍ମୋଲିନ ବ୍ୟବହାର କରି ବିଭିନ୍ନ ସହର ବଜାରରେ ବିକ୍ରୀ କରାଯାଉଛି । ମାଛ ଗୁଡିକ ସତେଜ ଦେଖାଯିବା ପାଇଁ ବ୍ୟବସାୟୀ ମାନେ ଏଥିରେ ଫର୍ମୋଲିନ ମିଶାଇ ବିକ୍ରୀ କରୁଛନ୍ତି । ଫଳରେ ମାଛ ଗୁଡିକ ସପ୍ତାହ ସପ୍ତାହ ଧରି ସତେଜ ଦେଖାଯାଉଥିଲେ ମଧ୍ୟ ଏହି ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଅହିତକର ହେଉଛି । ଏହି ମାଛ ଖାଇ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେବା ସହ କର୍କଟ ଭଳି ଦୂରାରୋଗ୍ୟରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏଣୁ ବ୍ରହ୍ମପୁର ମହାନଗର ନିଗମ, ଜିଲ୍ଲାର ବିଭିନ୍ନ ପୌର ପରିଷଦ ତଥା ବିଜ୍ଞାପିତ ଅଂଚଳରେ ଥିବା ଖାଦ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ପରିଦର୍ଶକ ମାନେ ଏ ଧରଣର ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Related Articles

Leave a Reply

Your email address will not be published.

Check Also
Close
Back to top button