ପାନୀୟ ଜଳ ଯୋଗାଣ ଦାବିରେ ଦୁଇ ଗ୍ରାମର ଲୋକଙ୍କ ରାସ୍ତାରୋକ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡିହପଢାଳ ଓ ତୁଳସୀପଲ୍ଲୀ ଗ୍ରାମରେ ଦୀର୍ଘ ଦେଢ଼ ମାସ ହେଲା ପାନୀୟ ଜଳ ସଙ୍କଟ ଲାଗି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଆଜି ଏହି ଦୁଇ ଗ୍ରାମରେ ଶହ ଶହ ମହିଳାଙ୍କ ସମେତ ଜନସାଧାରଣ ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସୂଚନା ଦେଇଛନ୍ତି ।  

Leave a Reply

Your email address will not be published. Required fields are marked *