Ganjam

ନାବାଳକର ଅସ୍ୱାଭାବିକ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର କମାପଲ୍ଲୀ ବାଉରୀ ସାହିର ଜଣେ ନାବାଳକ ଶିବ ଦାସର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି । ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ମାମଲାର ଛାନଭିନ୍ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ମୃତକ ନାବାଳକ ଜଣକ ଗତକାଲି ମଧ୍ୟାହ୍ନରେ ମାଛ ଧରିବାକୁ ଯାଇଥିଲେ । କିନ୍ତୁ, ସଂନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ପରେ ଶିବଙ୍କ ବାପା ସଂନ୍ଧ୍ୟାରେ କାମରୁ ଆସି ଖୋଜାଖୋଜି କରିଥିଲେ । ଏବଂ ପରେ ନିଜ ଘରର ଛାତ ଉପରେ ପୁଅ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ନିମଖଣ୍ଡି ଥାନା ପୋଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

Related Articles

Leave a Reply

Your email address will not be published.

Back to top button