ପିଜି ଡାକ୍ତରୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ

Spread the love

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଚର୍ମ ବିଭାଗର ପ୍ରଥମ ବାର୍ଷିକ ଛାତ୍ରୀ ଶୁଭାନୀ ପଟ୍ଟନାୟକ ଆଜି ସକାଳେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେସଙ୍ଗେ ବଡଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ମାଇଗ୍ରେନ ରୋଗୀ ଥିଲେ ଓ ସେ ଅଧିକ ମାତ୍ରାରେ ଔଷଧ ବ୍ୟବହାର କରିଥିବାରୁ ସେ ଗୁରୁତର ହୋଇପଡିଥିବା କୁହାଯାଉଛି । ହସପିଟାଲ ଫାଣ୍ଡି ଅଧିକାରୀ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି । ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣା ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *