ନିଆଁ ଲଗି ଫାଟିଲା ଗ୍ୟାସ ଟାଙ୍କି, ଉଡିଗଲା ଆଜବେଷ୍ଟ

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ l ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ ଟାଙ୍କି ଫାଟିଯିବାରୁ ଘରର ଆଜବେଷ୍ଟ ଉଡ଼ିଯିବା ସହ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଗାଁର ଗଙ୍ଗାଧର ସେନାପତିଙ୍କ କୁଟା ଗଦାକୁ କେହି ନିଆଁ ଲଗାଇ ଦେଇଥିବାରୁ ସେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇଥିବା ସନ୍ଧେହ କରୁଛନ୍ତି ଗଙ୍ଗାଧର। ତେବେ ଏନେଇ ବଳଙ୍ଗା ଥାନାରେ ଘର ପୋଡିର ଅଭିଯୋଗ ଦେଇଛନ୍ତି। ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *