ତଳ ମୁଣ୍ଡରୁ ପାଣି ନକମିବା ଯାଏଁ ଖୋଲିବନି ହୀରାକୁଦର ଅଧିକ ଗେଟ୍

Spread the love

ଭୁବନେଶ୍ୱର : ଏବେ ଖୋଲାଯିବନି ହୀରାକୁଦର ଅଧିକ ଗେଟ୍ । ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ତଳମୁଣ୍ଡରୁ ପାଣି ନକମିବା ଯାଏଁ ହୀରାକୁଦର ଅଧିକ ଗେଟ୍ ଖୋଲିବନି । ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ଅଛି, ରାଇଜିଂ ଟ୍ରେଣ୍ଡ ରହିଛି । କିନ୍ତୁ ଆଉ ହୀରାକୁଦ ଗେଟ୍ ଏବେ ନଖୋଲିବାକୁ ନିଷ୍ପତି ନେଇଛୁ ।

ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୦.୮୧ ଫୁଟ୍ ରହିଛି । ଡ୍ୟାମ୍ ମଧ୍ୟକୁ ୨.୫୦ ଲକ୍ଷକ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୦.୫୭ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିପରି ମୁଣ୍ଡଳି ଠାରେ ୯.୧୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

Leave a Reply

Your email address will not be published. Required fields are marked *