ମ୍ୟୁଟେସନ ସାର୍ଟିଫିକେଟରେ ଜଣେ ମହିଳାଙ୍କ ନାଁ ଓ ଜେଣ୍ଡର ପ୍ରପର୍ଟିକୁ ପରିବର୍ତ୍ତନ ଲାଗି ଆଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଯିଏ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ କରି ନିଜର ଲିଙ୍ଗ ମହିଳାରୁ ପୁରୁଷକୁ ପରିବର୍ତ୍ତନ କରିସାରିଛନ୍ତି। ସାଧାରଣ ପ୍ରଶାସନ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ସଂରକ୍ଷଣ ଅଧିନିୟମ, ୨୦୧୯ର ଧାରା ୭ ଓ ୨୦୨୦ର ନିୟମ ୬ ଅନୁସାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଆଇନଗତ ଭାବେ ଅନ୍ୟ ଅଧିକାରୀ ଆବେଦନକାରୀଙ୍କ ସପକ୍ଷରେ ସାର୍ଟିଫିକେଟ, ପରିଚୟ ପତ୍ର, ପାନ୍ କାର୍ଡ ଓ ଆଧାର କାର୍ଡ ଜାରି କରିବେ। ସେଥିଲାଗି ଆବେଦନକାରୀଙ୍କ ଦ୍ୱାରା ଦାଏର ରିଟ୍ ପିଟିସନକୁ ଖାରଜ କରିବାର କୌଣସି ଯଥାର୍ଥତା ନାହିଁ। ଆବେଦନକାରୀଙ୍କୁ ଜେଣ୍ଡର ଡିସ୍ଫୋରିକ ସିଣ୍ଡ୍ରୋମ ଥିବା ଜଣାପଡ଼ିଥିଲା। ସେଥିଲାଗି ତାଙ୍କୁ ଲାପ୍ରୋସ୍କୋପିକ୍ ଆସିଷ୍ଟେଡ୍ ଭିଏଚ- ବିଏସଓ କରିବାକୁ ପଡ଼ିଥିଲା। ଏଥିରେ ମହିଳାଙ୍କ କିଛି ଅଙ୍ଗକୁ ହଟାଇବାକୁ ସର୍ଜିକାଲ ପ୍ରକ୍ରିୟା କରାଯାଏ। ସଫଳ ଏସଆରଏସ ପରେ ସାର୍ଟିଫିକେଟ ଜାରି ହୋଇଥିଲା। ଯେଉଁଥିରେ ଜେଣ୍ଡର ମହିଳାରୁ ପୁରୁଷକୁ ବଦଳିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ଯାଞ୍ଚ କରି ତାଙ୍କୁ ଆବଶ୍ୟକୀୟ ସାର୍ଟିଫିକେଟ ଦେଇଥିଲେ। ଏହି ସାର୍ଟିଫିକେଟ ଆଧାରରେ ନିଜର ସମସ୍ତ ଅଧିକାରୀକ ଦସ୍ତବିଜ୍ ଯେମିତିକି ଆଧାର, ପାନ୍ କାର୍ଡ, ପାସପୋର୍ଟରେ ନିଜ ନାଁ ପରିବର୍ତ୍ତନ କରିବାକୁ ସକ୍ଷମ ହେଲେ। ଏ ସମ୍ପର୍କିତ ଗେଜେଟ ପ୍ରକାଶନ କରି ଖବର କାଗଜ ଜରିଆରେ ସୂଚନା ବି ଦେଇଥିଲେ। ଜିଏ ଡିପାର୍ଟମେଣ୍ଟର ଇଷ୍ଟେଟ ନିର୍ଦେଶକଙ୍କୁ ଆବେଜନ କରିଥିଲେ। ଜମି ପଟ୍ଟାରେ ତାଙ୍କ ନାଁ ଓ ଲିଙ୍ଗ ବଦଳାଇବାକୁ ଅନୁରୋଧ କରିଥିଲେ। ଯେଉଁ ସମ୍ପତ୍ତିକୁ ସେ ପୂର୍ବପୁରୁଷଙ୍କଠୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ। କିନ୍ତୁ ଇଷ୍ଟେଟ ଅଧିକାରୀ ଏହାକୁ ସ୍ୱୀକାର କଲେନି। ଇମେଲ୍ ପଠାଇବା ପରେ ବି ଖାରଜ କରିଦେଲେ। ସେଥିଲାଗି କର୍ତ୍ତୃପକ୍ଷଙ୍କୁ ଜରୁରୀ ନିର୍ଦେଶ ଦେବାକୁ ରିଟ୍ ପିଟିସନ ଦାଖଲ କରିଥିଲେ ଆବେଦନକାରୀ। ସାର୍ଟିଫିକେଟ କପି ମିଳିବାର ୧୫ ଦିନ ଭିତରେ ମ୍ୟୁଟେସନରେ ଆବଶ୍ୟକୀୟ ପରିବର୍ତ୍ତନ ଲାଗି ଅଦାଲତ ଆଦେଶ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now